ଭୁବନେଶ୍ବର: ଅପରାହ୍ନ 4 ଟା ପର୍ଯ୍ୟନ୍ତ ଗୃହ ମୁଲତବୀ । ଆଜି ଗୃହ ଆରମ୍ଭ ହେବା ମାତ୍ରେ ଗୃହରେ ଚାଷୀ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲା କଂଗ୍ରେସ ।
କେନ୍ଦ୍ର ସରକାରର ଆଣିଥିବା ନୂତନ କୃଷି ଆଇନକୁ ବିରୋଧ କରି କୃଷକ ମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା କରିବା ପାଇଁ ଦାବି କରିଥିଲା କଂଗ୍ରେସ । ଏହାକୁ ନ କରି ସରକାର ରାଜ୍ୟର ଆଇନ ଶୃଙ୍ଖଳା ବିଷୟରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା । ଏହାକୁ ଜୋରଦାର ବିରୋଧ କରିଥିଲା ଏବଂ କଂଗ୍ରେସ ବିଧାୟକ ମାନଙ୍କ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ଗୃହରେ କଂଗ୍ରେସ ସଦସ୍ୟଙ୍କ ଜୋରଦାର ହଙ୍ଗାମା କୃଷି ଆଇନକୁ ଵିରୋଧ କରି ପ୍ରତିବାଦ କରିଥିଲେ। ବାଚସ୍ପତିଙ୍କ ପୋଡ଼ିୟମ କାଚକୁ ହାତରେ ବାଡେଇଥିଲେ ।
ପ୍ରଥମେ ବାଚସ୍ପତି 11.30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ । ଏହା ପରେ ପୁଣି ଗୃହ ଚଲାଇବାକୁ ପ୍ରୟାସ କରିଥିଲେ କିନ୍ତୁ କଂଗ୍ରେସ ସଦସ୍ୟଙ୍କ ବିରୋଧ ଯୋଗଁ ଗୃହ ଚାଲିପାରିନଥିଲା । ଏହା ପରେ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରିଥିଲେ ବାଚସ୍ପତି । ସେପଟେ ବିରୋଧୀ ଦଳ ନେତାଙ୍କ ବିବୃତି ରହିଛି । ଗୃହ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ରହିଛି । ଏହା ଆଲୋଚନା ହେବା ବେଶ ଗୁରୁତ୍ବପୂର୍ଣ୍ଣ । କଂଗ୍ରେସ ଗୃହକୁ ବନ୍ଦ ନ କରି ଗୃହ ଚଳାଇବାରେ ସାହାଯ୍ୟ କରନ୍ତୁ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ