ETV Bharat / city

Corona Infection: ହସ୍ପିଟାଲରେ ଭର୍ତ୍ତି ଆକ୍ରାନ୍ତଙ୍କ ସଂଖ୍ୟା କମିଛି ୯ ପ୍ରତିଶତ

author img

By

Published : Feb 8, 2022, 1:34 PM IST

ରାଜ୍ୟରେ କମିଛି କୋରୋନା ସଂକ୍ରମଣ । ଏହା ସହିତ ହସ୍ପିଟାଲାଇଜେନ ୯ ପ୍ରତିଶତ କମିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ

Corona Infection: ହସ୍ପିଟାଲରେ ଭର୍ତ୍ତି ଆକ୍ରାନ୍ତଙ୍କ ସଂଖ୍ୟା କମିଛି ୯ ପ୍ରତିଶତ
Corona Infection: ହସ୍ପିଟାଲରେ ଭର୍ତ୍ତି ଆକ୍ରାନ୍ତଙ୍କ ସଂଖ୍ୟା କମିCorona Infection: ହସ୍ପିଟାଲରେ ଭର୍ତ୍ତି ଆକ୍ରାନ୍ତଙ୍କ ସଂଖ୍ୟା କମିଛି ୯ ପ୍ରତିଶତଛି ୯ ପ୍ରତିଶତ

ଭୁବନେଶ୍ବର: ଡାକ୍ତରଖାନାରେ ଭର୍ତ୍ତି କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ୮ରୁ ୯ ପ୍ରତିଶତ କମିଛି । ଚତୁର୍ଥ ଲହର ଆସିବା ନେଇ ଏବେ କହି ହେବ ନାହିଁ । ତେବେ ରାଜ୍ୟରେ କୋରୋନା ସ୍ଥିତିକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଆସନ୍ତା ଏକ ମାସ ମଧ୍ୟରେ ଆମ ରାଜ୍ୟ ଭଲ ସ୍ଥିତିରେ ପହଞ୍ଚିବା ଭଳି ଲାଗୁଛି ବୋଲି ସେ କହିଛନ୍ତି ।

ତୃତୀୟ ଲହର ବେଳେ ଆମ ରାଜ୍ୟରେ ୧୫ % ଶିଶୁ ସଂକ୍ରମିତ ହେବେ ବୋଲି ଆକଳନ କରାଯାଇଥିଲା । ହେଲେ କିଛି ଦିନ ପାଇଁ ଏହା ୧୦ ରୁ ୨୮ %କୁ ବୃଦ୍ଧି ପାଇଥିଲା । ମହାମାରୀ ଅନୁସାରେ ସଂକ୍ରମଣ କେତେବେଳେ ବଢିବ କମିବ । ଏହା ଏକ ବାୟୁ ବାହିତ ରୋଗ, ତେଣୁ ଆମେ ସମସ୍ତେ ନିୟମ ମାନିବା ଉଚିତ । ଏହି ସମୟରେ ମାସ୍କ ବ୍ୟବହାର ନିହାତି ଦରକାର । ରାଜ୍ୟରେ ସ୍କୁଲ ଖୋଲିଲାଣି, ଏଣୁ ଅଭିଭାବ ଅଧିକ ଦାୟିତ୍ବବାନ ହେବା ଆବଶ୍ୟକ ।

ଏହା ବି ପଢନ୍ତୁ: Odisha Corona Report: ଦିନକରେ 1503 ପଜିଟିଭ ଚିହ୍ନଟ

ଲକ୍ଷଣ ଆସିଲେ ପିତାମାତା ଟେଷ୍ଟ କରାନ୍ତୁ । ପିଲାମାନଙ୍କୁ ଭିଡକୁ ଯିବାକୁ ବାରଣ କରନ୍ତୁ । ଚତୁର୍ଥ ଲହର ଏବେ ଆସିବ କି ନାହିଁ ସେ ସମ୍ପର୍କରେ କହିହେବ ନାହିଁ । ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନେ କେଉଁ ଭାରିଏଣ୍ଟରେ ମୃତ୍ୟୁବରଣ କରିଛନ୍ତି ତାହା ଜିନୋମ ସିକ୍ବେନ୍ସିଂ କଲେ ଜଣାପଡି଼ବ । ମୃତ୍ୟୁ ଲୋକଙ୍କ ମଧ୍ୟରେ ସିଙ୍ଗଲ ଡୋଜ, ଡବଲ ଡୋଜ ଓ କିଛି ଟିକା ନେଇ ନଥିବା ଲୋକ ବି ସାମିଲ ଅଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.