ETV Bharat / city

ସ୍ଥାନାନ୍ତର ବେଳେ ଭାଙ୍ଗିଯାଇପାରେ ଘୋଡା: ଐତିହାସିକ ଅନୀଲ ଧୀର

author img

By

Published : Jun 23, 2021, 8:50 AM IST

ମାଷ୍ଟର କ୍ୟାଣ୍ଟିନ ଛକରୁ ଘୋଡା ସ୍ଥାନାନ୍ତର ଏକ ଭୁଲ ନିଷ୍ପତ୍ତି ବୋଲି ଐତିହାସିକ ଅନୀଲ ଧୀରଙ୍କ ମତ । ଅଧିକ ପଢନ୍ତୁ...

ମାଷ୍ଟର କ୍ୟାଣ୍ଟିନରୁ ଘୋଡା ସ୍ଥାନାନ୍ତର ଏକ ଭୁଲ ନିଷ୍ପତ୍ତି: ଐତିହାସିକ ଅନୀଲ ଧୀର

ଭୁବନେଶ୍ବର: ରାଜଧାନୀର ପରିଚୟ ବହନ କରୁଥିବା ଘୋଡାକୁ ନଷ୍ଟ କରାଯିବା ଠିକ ନୁହେଁ । ଭୁବନେଶ୍ୱରର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଥିବା ଯୋଦ୍ଧା ଘୋଡା ଓଡ଼ିଶା ଇତିହାସର ପରିଚୟ ଦିଏ । ଏହାକୁ ନିର୍ମାଣ କରିବାକୁ ଦୀର୍ଘଦିନ ଲାଗିଥିଲା । ତେଣୁ ଏହାକୁ ସ୍ଥାନାନ୍ତର କରିବା ଭୁଲ ନିଷ୍ପତ୍ତି ବୋଲି ଐତିହାସିକ ଅନୀଲ ଧୀର କହିଛନ୍ତି ।

ଭୁବନେଶ୍ୱରର ଛାତି ଉପରେ ଥିବା ସେ ଘୋଡାକୁ ସ୍ଥାନାନ୍ତର କଲେ ଘୋଡା ଭାଙ୍ଗି ଯାଇପାରେ କାରଣ ଗୋଟିଏ ପଥର ଖଣ୍ଡରେ ଏହି ଘୋଡା ନିର୍ମାଣ କରାଯାଇଥିଲା । ସ୍ମାର୍ଟସିଟିର ସୌନ୍ଦର୍ଯ୍ୟକରଣ ଆଳରେ ଏହି କଳା ସ୍ଥାପତ୍ୟକୁ ସ୍ଥାନାନ୍ତର କରିବା ଏକ ଭୁଲ ପଦକ୍ଷେପ ବୋଲି ଅନୀଲ ଧୀର କହିଛନ୍ତି । ମାଷ୍ଟର କ୍ୟାଣ୍ଟିନ ଛକରୁ ଘୋଡାକୁ ରାଜଭବନ ସମ୍ମୁଖକୁ ସ୍ଥାନାନ୍ତର ହେଲେ ସେଠାରେ ଉଭୟ ମଧୁ ବାବୁ ଓ ଘୋଡାକୁ ଅପମାନିତ କରାଯିବା ସଦୃଶ ହେବ । ସ୍ମାର୍ଟସିଟିର ଉନ୍ନତି ପାଇଁ ଏକ ବିଧିବଦ୍ଧ ଯୋଜନା ଆବଶ୍ୟକ । ମନଇଚ୍ଛା ସୌନ୍ଦର୍ଯ୍ୟକରଣ କଲେ ତା'ର କୌଣସି ଗୁରୁତ୍ୱ ରହିବ ନାହିଁ । ଆଜି ବି ଭୁବନେଶ୍ବର ସ୍ମାର୍ଟସିଟି ଅବସ୍ଥା କହିଲେ ନ ସରେ । ରାସ୍ତା, ଜଳ ଯୋଗାଣ, ବିଦ୍ୟୁତ ସବୁ କ୍ଷେତ୍ରରେ ସ୍ମାର୍ଟସିଟି ପଛୁଆ । ତେଣୁ ଘୋଡାକୁ ସ୍ଥାନାନ୍ତରିତ କରି ଭୁବନେଶ୍ୱର ପରିଚୟକୁ ନଷ୍ଟ କରାନଯାଉ ବୋଲି ଐତିହାସିକ ଅନୀଲ ଧୀର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.