ETV Bharat / city

Mamita Murder Case: ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

author img

By

Published : Dec 6, 2021, 9:11 PM IST

ମମିତା ମେହେରଙ୍କ ହତ୍ୟାକାଣ୍ଡକୁ ନେଇ ବିଧାନସଭା ହୁଲୁସ୍ତୁଲ ହେଉଥିବା ବେଳେ ଗୃହରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଦୃଶ୍ୟ । ଯାହାଙ୍କ ଇସ୍ତଫା ଦାବିରେ ଗୃହ ଉଠୁଛି ପଡୁଛି, ଆଜି ତାଙ୍କର ଉତ୍ତର ଗୃହରେ ଶୁଣିଛନ୍ତି ବିରୋଧୀ । ଅଧିକ ପଢନ୍ତୁ

Captain DS Mishra
Captain DS Mishra

ଭୁବନେଶ୍ବର: ବହୁ ଚର୍ଚ୍ଚିତ କଳାହାଣ୍ଡି ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ (Mamita Meher murder case) କୁ ନେଇ ବିଧାନସଭା ହୁଲୁସ୍ତୁଲ ହେଉଥିବା ବେଳେ ଆଜି (ସୋମବାର) ଗୃହରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଦୃଶ୍ୟ । ଯାହାଙ୍କ ଇସ୍ତଫା ଦାବିରେ ଗୃହ ଉଠୁଛି ପଡୁଛି, ଆଜି ତାଙ୍କର ଉତ୍ତର ଗୃହରେ ଶୁଣିଛନ୍ତି ବିରୋଧୀ ।

ମମିତା ମେହେରଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପଚାରିଥିଲେ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡକୁ ନେଇ କେତୋଟି ମାମଲା ଦାଏର ହୋଇଛି? କିଏ କିଏ ମାମଲା ଦାଏର କରିଛନ୍ତି? ଘଟଣାରେ ବର୍ତ୍ତମାନ ସୁଦ୍ଧା କେତେ ଜଣ ଅଭିଯୁକ୍ତ ଅଛନ୍ତି? ହତ୍ୟାକାଣ୍ଡ ପୂର୍ବରୁ କେତେ ଜଣ ଭିଆଇପି ଉକ୍ତ କଲେଜକୁ କେଉଁ ଉଦ୍ଦେଶ୍ୟରେ ଯାଇଥିଲେ ? କିଏ କିଏ ସେଠି ରାତ୍ରୀ ଯାପନ କରିଛନ୍ତି? ଯେଉଁମାନେ ଯାଇଥିଲେ ହତ୍ୟାକାଣ୍ଡ ଓ ସହ କଣ ସମ୍ପର୍କ ରହିଛି ? ଏମିତି ଏକାଧିକ ପ୍ରଶ୍ନରେ ଗୃହରେ ମନ୍ତ୍ରୀଙ୍କୁ ଛନ୍ଦିବାକୁ ଉଦ୍ୟମ କରିଥିଲେ ମୋହନ ମାଝୀ ।

ଜବାବରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର (Home Minister Divya Shankar Mishra Statement in assembly) କହିଥିଲେ, ବର୍ତ୍ତମାନ ମାମଲା ତଦନ୍ତାଧୀନ ଅଛି । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଉଚ୍ଚ ନ୍ୟାୟଳୟ ତଦନ୍ତ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ପୂର୍ବତନ ଜିଲ୍ଲା ଜଜ ଏବିଏସ ନାଇଡୁଙ୍କୁ ମନୋନୀତ କରିଛନ୍ତି ବୋଲି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.