ETV Bharat / city

ଓଡିଶାର ଗାନ୍ଧୀ ପ୍ରତାପ ଷଡଙ୍ଗୀ: ଅମିତ ଶାହା - ଅମିତ ଶାହା

ସିଏଏ ସପକ୍ଷ ସମାବେଶରେ କିଛି ନିଆରା ଥିଲା ଅମିତ ଶାହାଙ୍କ ଉଦବୋଧନ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀକୁ ଓଡ଼ିଶାର ଗାନ୍ଧୀ ବୋଲି ମଞ୍ଚରେ ସମ୍ବୋଧନ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ଯାହା ରାଜନୀତିରେ ପୁନର୍ବାର ଚର୍ଚ୍ଚାର ପୁଞ୍ଜି ସାଜିଛି । ଆଗକୁ ପଢନ୍ତୁ...

Home minister amit shah
Home minister amit shah
author img

By

Published : Feb 28, 2020, 8:00 PM IST

Updated : Feb 28, 2020, 8:15 PM IST

ଭୁବନେଶ୍ବର: ଜନତା ମୈଦାନରେ ବିଜେପିର ବିଶାଳ ସମାବେଶ । ଜାତୀୟ ନାଗରିକତା ସଂଶୋଧନ ସପକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉଦବୋଧନ । ଏହି ଅବସରରେ ମଞ୍ଚରେ ଉପସ୍ଥିତ ସମସ୍ତ ନେତାଙ୍କୁ ସମ୍ବୋଧନ କରୁଥିଲେ ଶାହା । କିନ୍ତୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଶାହାଙ୍କ ସମ୍ବୋଧନ ଥିଲା କିଛି ନିଆରା । ଷଡ଼ଙ୍ଗୀଙ୍କୁ ଓଡ଼ିଶାର ଗାନ୍ଧୀ ବୋଲି ମଞ୍ଚରେ କହିଥିଲେ ଶାହା ।

ଓଡ଼ିଶାର ଗାନ୍ଧୀ ପ୍ରତାପ ଷଡ଼ଙ୍ଗୀ: ଅମିତ ଶାହା

ବିଜେପିର ଚାଣକ୍ୟ ଭାବେ ପରିଚିତ ତଥା ମୋଦି ସରକାରର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ତୁଣ୍ଡରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଏପରି ସମ୍ବୋଧନରେ ମଞ୍ଚରେ ଗୁଞ୍ଜରି ଉଠିଥିଲା କରତାଳି । ଭାରତ ମାତା କି ଜାୟ ନାରାରେ କମ୍ପିଥିଲା ସମ୍ବୋଧନ ସଭା ।

ଗୋଟେପଟେ ଜାତୀୟ ସ୍ତରରେ ସର୍ବଦା ଚର୍ଚ୍ଚାରେ ରହିଆସୁଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ଅମିତ ଶାହାଙ୍କ ଏପରି ପ୍ରଶଂସା ପୁଣି ଥରେ ଚର୍ଚ୍ଚାର ଖୋରାକ ଯୋଗାଇଛି । ମୋଦି ସରକାରରେ ମନ୍ତ୍ରୀ ହେବା ପରେ କେଉଁଠି ନା କେଉଁଠି ପ୍ରତାପଙ୍କ ପ୍ରତି ଆନୁଗ୍ୟତ ବଢୁଥିବା ସ୍ପଷ୍ଟ ହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Feb 28, 2020, 8:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.