ETV Bharat / city

ଓଡିଶାକୁ ନିଜର ଦ୍ବିତୀୟ ଘର କହିଲେ ଶାହ - Amit Saha odisha visit

ଜନତା ମୈଦାନରେ ଆୟୋଜିତ ବିଶାଳ ଜନ ସମାବେଶରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଯୋଗଦାନ । ଓଡିଶାକୁ ନିଜ ଦ୍ବିତୀୟ ଘର ସହ ତୁଳନା କରିଛନ୍ତି ଶାହ । ଅଧିକ ପଢନ୍ତୁ...

ଓଡିଶାକୁ ନିଜ ଦ୍ବିତୀୟ ଘର କହିଲେ ଶାହ
ଓଡିଶାକୁ ନିଜ ଦ୍ବିତୀୟ ଘର କହିଲେ ଶାହ
author img

By

Published : Feb 28, 2020, 8:05 PM IST

ଭୁବନେଶ୍ବର: ସ୍ଥାନୀୟ ଜନତା ମୈଦାନରେ ଆୟୋଜିତ ବିଶାଳ ଜନ ସମାବେଶରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ କରି ଶାହ ନିଜ ସମ୍ବୋଧନରେ ଓଡିଶାକୁ ନିଜର ଦ୍ବିତୀୟ ଘର ସହ ତୁଳନା କରିଛନ୍ତି ।

ଓଡିଶାକୁ ନିଜ ଦ୍ବିତୀୟ ଘର କହିଲେ ଶାହ

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ 5 ବର୍ଷ କାଳ ସଙ୍ଗଠନର ଅଧ୍ୟକ୍ଷ ଦାୟିତ୍ବରେ ରହିବା ସମୟରେ ଅନେକ ଥର ଓଡିଶା ଆସିଛି । ପ୍ରତିଟି ଜିଲ୍ଲାକୁ ଯାଇଛି । ରାଜ୍ୟର ପ୍ରତିଟି ସାହି, ପ୍ରତିଟି ଗଳି ବୁଲିଛି । କେବେ ବି ଓଡିଶା ଗୁଜୁରାଟଠାରୁ ଅଲଗା ଲାଗିନାହିଁ । ଓଡିଶା ସବୁବେଳେ ମୋର ଦ୍ବିତୀୟ ଘର ବୋଲି ମନେହୁଏ । ଏହାର କାରଣ ଓଡିଶା ଓ ଗୁଜୁରାଟ ଦୁଇଟି ମହାନ ରାଜ୍ୟକୁ ଯୋଡୁଥିବା ମହାପ୍ରଭୁ ଜଗନ୍ନାଥ, ଯିଏ କି ଉଭୟ ଗୁଜୁରାଟ ଓ ଓଡିଶାକୁ ଆଶୀର୍ବାଦ ଦେଇଆସିଛନ୍ତି । ଏହି ଭକ୍ତି, ଏହି ଶକ୍ତି ଓଡିଶା ବିଜେପିର ଶକ୍ତି ହୋଇ ଛିଡା ରହିଛି ବୋଲି ଶାହ ନିଜ ଭାଷଣରେ କହିଛନ୍ତି ।

ସେହିପରି ଶାହ ମହାନ ଉତ୍କଳ ମାଟିର ମହାପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କୁ ସ୍ମରଣ କରିଛନ୍ତି । ଏହି ମହାପୁରୁଷମାନେ ନିଜର ସଂସ୍କାର ଦ୍ବାରା ଏହି ଉତ୍କଳ ମାଟିକୁ ସିଞ୍ଚିତ କରିବା ସହ ଏକ ଗୌରବମୟ ସଂସ୍କୃତିର ନିର୍ମାଣ କରିଥିବା କହିଛନ୍ତି ଶାହ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁଙ୍କ ସହ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.