ETV Bharat / city

ଜନତା କର୍ଫ୍ୟୁରେ କେମିତି କଟୁଛି ଏମାନଙ୍କ ଦିନ - କୋରୋନା ଭାଇରସ ଖବର

ଛତିଶଗଡ଼ରୁ ଆସିଥିବା ଲୋକମାନେ ନିଜର ପେଟ ପୋଷିବା ପାଇଁ ଝାଡୁ ତିଆରି କରି ଜୀବିକା ନିର୍ବାହ କରୁଛନ୍ତି । କୋରୋନାକୁ ନେଇ ପାଳନ କରାଯାଉଛି ଜନତା କର୍ଫ୍ୟୁ । କର୍ଫ୍ୟୁରେ କେମିତି କଟୁଛି ଏମାନଙ୍କ ଦିନ ଏନେଇ ଭେଟିଥିଲେ ଆମ ସମ୍ବାଦଦାତା ...

home-less-during-janta-curfew-in-bhubaneswar
ଜନତା କର୍ଫ୍ୟୁ ରେ କେମିତି କଟୁଛି ଏମାନଙ୍କ ଦିନ
author img

By

Published : Mar 22, 2020, 10:54 PM IST

ଭୁବନେଶ୍ବର: ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ଚାରିଆଡେ ଖାଁ ଖାଁ ଓ ଶୂନଶାନ । କୋରୋନା ଭାଇରସର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ପାଳନ କରିବା ଘୋଷଣା କରିଥିଲେ । ଏହାକୁ ଜନସାଧାରଣ ସ୍ବତଃ ପ୍ରବୃତ୍ତ ଭାବରେ ଗ୍ରହଣ କରିଛନ୍ତି ଏବଂ ସମସ୍ତ ଲୋକ ଜନତା କର୍ଫ୍ୟୁକୁ ସମର୍ଥନ କରିଛନ୍ତି । କୋରୋନାକୁ ନେଇ ସମସ୍ତେ ସଚେତନ ସହ ସତର୍କତା ଅବଲମ୍ବନ କରିଛନ୍ତି ।

ଜନତା କର୍ଫ୍ୟୁ ରେ କେମିତି କଟୁଛି ଏମାନଙ୍କ ଦିନ

ଯେଉଁମାନଙ୍କ ଘରଦ୍ବାର ନାହିଁ ସେମାନେ ସହରର ବିଭିନ୍ନ ଓଭରବ୍ରିଜ ତଳେ କିମ୍ବା ବସ୍ତିରେ ରହିଥିବା ଦେଖିବାକୁ ମିଳିଛି । ଛତିଶଗଡ଼ରୁ ଆସିଥିବା ଏହି ଲୋକମାନେ ନିଜର ପେଟ ପୋଷିବା ପାଇଁ ଝାଡୁ ତିଆରି କରି ଜୀବିକା ନିର୍ବାହ କରଥାନ୍ତି । ଯେହେତୁ ଆଜି ଜନତା କର୍ଫ୍ୟୁ ଲାଗିଛି । ତେଣୁ ସେମାନେ ବାହାରକୁ ନଯାଇ ଗୋଟିଏ ସ୍ଥାନରେ ରହି ଝାଡୁ ତିଆରି କରୁଥିବା ଦେଖିବାକୁ ମିଳିଛି ।

ଏହାସହ ସରକାରଙ୍କ ପକ୍ଷରୁ କୋରୋନା ଭାଇରସକୁ ନେଇ ସେଚେତନ ଥିବା କହିଛନ୍ତି । ଖାଇବା ସମୟରେ ହାତ ଧୋଇବା ଓ ପରିଷ୍କାର ପରିଚ୍ଛନ୍ନ ପାଇଁ ସରକାରଙ୍କ ନିର୍ଦ୍ଦେଶକୁ ମାନୁଛନ୍ତି ।ହେଲେ ଘର ନଥିବାରୁ ଖୋଲା ସ୍ଥାନରେ ସେମାନେ ରହୁଛନ୍ତି । ଏହାସହ ଅପରିଷ୍କାର ସ୍ଜାନରେ ରହୁଥିବାରୁ ସେମାନଙ୍କ ମନରେ କୋରୋନା ଭୟ ରହିଥିବା କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.