ଭୁବନେଶ୍ବର: ଆଜି ଉତ୍ସବର ପର୍ବ ହୋଲି । ମଧୁରମୟୀ ଶିକ୍ଷା ନିକେତନ ଆଶ୍ରମରେ ଅତି ଧୁମଧାମର ସହ ପାଳନ ହେଲା ହୋଲି । କୋରୋନା ଭୟକୁ ନେଇ ଏକ ନିଆରା ହୋଲି ଖେଳିଲେ ଆଶ୍ରମବାସୀ ।
ସୂଚନାମୁତାବକ, ରାଜଧାନୀ ସ୍ଥିତ ମଧୁରମୟୀ ଆଶ୍ରମରେ ରହୁଥିବା ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ମାନଙ୍କ କୁନି କୁନି ଛୁଆମାନଙ୍କ ମନରେ ଆନନ୍ଦର ଝଲକ ଦେଖିବାକୁ ମିଳିଛି । ନାଚ ଗୀତରେ ପାଳନ କରିଛନ୍ତି ହୋଲି । କୋରୋନା ଭୟ ଯୋଗୁଁ କୌଣସି ରଙ୍ଗରେ ହୋଲି ନ ଖେଳି ଚନ୍ଦନ ଓ ହଳଦୀରେ ହୋଲି ଖେଳିଛନ୍ତି ପିଲାମାନେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ