ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟୀକାକରଣକୁ ଜୋରଦାର କରାଯାଉଛି । ଏନେଇ ସମସ୍ତେ ସାମିଲ ହୋଇଥିବା ବେଳେ ଏଚଆଇଭି ରୋଗୀଙ୍କୁ ଟୀକାକରଣ ପାଇଁ ଅନୁରୋଧ କରିଛି ସ୍ବାସ୍ଥ୍ୟ ବିଭାଗ ।
କୋରୋନାରୁ ରକ୍ଷା କରିବା ଏବଂ ପରିବାର ସଦସ୍ୟ, ବନ୍ଧୁ ଏବଂ ସେମାନଙ୍କ ସମ୍ପର୍କରେ ରୋଗ ବିସ୍ତାରକୁ ସୀମିତ ରଖିବାକୁ ହେଲେ ସେମାନଙ୍କୁ ମଧ୍ୟ ଟୀକାକରଣ କରାଯିବ ଆବଶ୍ୟକ ।
ଏହି ପରିପ୍ରେକ୍ଷୀରେ ଏହିପରି ଲୋକଙ୍କୁ ପ୍ରାଥମିକତା ଦେଇ ଟୀକାକରଣ କରିବାକୁ ଅନୁରୋଧ କରାଯାଇଛି ଏବଂ ସେମାନଙ୍କୁ ନିକଟସ୍ଥ କୋରୋନା କୋ-ୱିନ୍ ପୋର୍ଟାଲରେ ଅନଲାଇନ ମାଧ୍ୟମରେ ପଞ୍ଜୀକରଣ କରି ଟିକା ନେଇପାରିବେ । ଏନେଇ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନରଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ