ETV Bharat / city

ହୀରାକୁଦ ଡ୍ୟାମର 34ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

author img

By

Published : Aug 13, 2022, 10:53 AM IST

Updated : Aug 13, 2022, 8:14 PM IST

ବନ୍ୟାଜଳ ପ୍ରବେଶ ହେତୁ ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । 34ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ । ଡ୍ୟାମର ବାମ ପଟ ପାର୍ଶ୍ୱର 26ଟି ଗେଟ୍ ଏବଂ ଦକ୍ଷିଣ ପାର୍ଶ୍ୱର 8ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଅଧିକ ପଢନ୍ତୁ

ହୀରାକୁଦରେ ଖୋଲିଲା  ଆଉ ୬ଟି ଗେଟ୍
ହୀରାକୁଦରେ ଖୋଲିଲା ଆଉ ୬ଟି ଗେଟ୍

ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଜଳ ଭଣ୍ଡାରର ଆଉ 14ଟି ଗେଟ । ଶୁକ୍ରବାର ସୁଦ୍ଧା ୨୦ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ଆଜି 34ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ମୋଟ ଜଳସ୍ଥର ୬ଶହ ୩୦ ଫୁଟ ଥିବା ବେଳେ ବର୍ତ୍ତମାନ ୬ଶହ ୧୬.୯୧ ଫୁଟରେ ରହିଛି ଜଳସ୍ତର । ବନ୍ୟାଜଳ ପ୍ରବେଶ ହେତୁ ଜଳସ୍ତର ବୃଦ୍ଧି ହୋଇଛି । ଡ୍ୟାମର ବାମ ପଟ ପାର୍ଶ୍ୱର ୨୬ଟି ଗେଟ୍ ଏବଂ ଦକ୍ଷିଣ ପାର୍ଶ୍ୱର ୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।

ହୀରାକୁଦ ଡ୍ୟାମର 34ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

ହୀରାକୁଦ ଡ୍ୟାମର ୩୪ଟି ଗେଟ ଖୋଲିବା ପରେ ତଳ ମୁଣ୍ଡରେ ଥିବା ସମ୍ବଲପୁର ସହରରେ ପଛୁଆ ପାଣି ସମସ୍ୟା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏ ନେଇ ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି, " ଜିଲ୍ଲା ପ୍ରଶାସନ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ବର୍ତ୍ତମାନ ସୁଦ୍ଧା ବନ୍ୟା ପ୍ରଭାବିତ ୧୦୦୫ଲୋକଙ୍କୁ ସୁରକ୍ଷତି ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଏହା ସହ ୭ଟି ସ୍ଥାନରେ ରିଲିଫ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ସମସ୍ତ ପ୍ରଭାବିତ ଲୋକଙ୍କ ପାଇଁ ମାଗଣା ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି ।"

ଏହା ମଧ୍ୟ ପଢନ୍ତୁ:-ହୀରାକୁଦରେ ଖୋଲିଲା ୨୦ଟି ଗେଟ, ଜିଲ୍ଲାପାଳ କହିଲେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ

ହୀରାକୁଦ ଜଳ ଉଣ୍ଡାରକୁ ଉପରମୁଣ୍ଡରୁ ସେକେଣ୍ଡ ପ୍ରତି ୪ଲକ୍ଷ ୩୫ ହଜାର ୩୦୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ମହାନଦୀକୁ ସେକେଣ୍ଡ ପ୍ରତି ୩ ଲକ୍ଷ ୪୯ ହଜାର ୪୯୮ କ୍ୟୁସକ ଜଳ ନିଷ୍କାସିତ ହେଉଛି । ଜଳସ୍ତର ବଢିବାରୁ ଗୁରୁବାର ଓ ଶୁକ୍ରବାର ପର୍ଯ୍ୟାୟ କ୍ରମେ ହୀରାକୁଦରେ ୨୦ଟି ଗେଟ ଖୋଲିଥିଲା ।

Last Updated : Aug 13, 2022, 8:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.