ETV Bharat / city

ସଠିକ ସମୟରେ ସରିବ କୋର୍ସ, ବଢିବ ମୂଲ୍ୟାୟନକାରୀଙ୍କ ପାଉଣା - ମୂଲ୍ୟାୟନ କେନ୍ଦ୍ର

ଉଚ୍ଚଶିକ୍ଷା ନିମନ୍ତେ ଅଧୟନ କରୁଥିବା ଛାତ୍ରଛାତ୍ରୀଙ୍କ ବିଷୟବସ୍ତୁ ଆରମ୍ଭରେ ହେବ ନାହିଁ ବିଳମ୍ବ । ସଠିକ ସମୟରେ ସରିବ କୋର୍ସ । କଡାକଡି କରାଯିବ ପରୀକ୍ଷା ପରିଚାଳନା ବ୍ୟବସ୍ଥା । କପି ରୋକିବାକୁ ଅଧିକ ସିସି କ୍ୟାମେରା ଲଗାଯିବା ସହ ମୂଲ୍ୟାୟନକାରୀଙ୍କ ଦରମା ବୃଦ୍ଧି କରାବାକୁ ନିଷ୍ପତି ନେଇଛି ଉଚ୍ଚଶିକ୍ଷା ବିଭାଗ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 28, 2019, 5:25 PM IST

ଭୁବନେଶ୍ବର: ସଠିକ ସମୟରେ ସରିବ ନାମଲେଖା କାର୍ଯ୍ୟ । ବିଷୟବସ୍ତୁ ଆରମ୍ଭ ହେବାକୁ ହେବନାହିଁ ବିଳମ୍ବ । ଏହା ସହ ଉପଯୁକ୍ତ ସମୟରେ ପରୀକ୍ଷା ଫଳ ପ୍ରକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଆଜି ସ୍ଥାନୀୟ ପୁସ୍ତକ ଭବନ ଠାରେ ଆୟୋଜିତ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ, ଆର୍ଥିକ ନିୟନ୍ତ୍ରକ ଓ କୁଳସଚିବଙ୍କ ବୈଠକ ପରେ ମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅନେକ ସମୟରେ ପରୀକ୍ଷା ଫଳ ପ୍ରକାଶନ ଓ ବିଭିନ୍ନ ଅନିୟମିତତା ନେଇ ବାରମ୍ବାର ଘଟଣା ସାମ୍ନାକୁ ଆସିବା ପରେ ଏହାର ସମାଧାନ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏସବୁ ବିଷୟରେ ଆଲୋଚନା ବେଳେ ଅନେକ ଅସୁବିଧା ସାମ୍ନାକୁ ଆସିଛି । ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତକର୍ତ୍ତାଙ୍କ ପାଉଣା, ଉତ୍ତର ଖାତା ନିରୀକ୍ଷକଙ୍କ ପାଉଣା ଏବଂ ଅନେକ କଲେଜରେ କମ୍ ମୂଲ୍ୟାୟନ କେନ୍ଦ୍ର ରହୁଥିବାରୁ ସମସ୍ୟା ଦେଖାଦେଉଥିବା ଜଣାପଡିଛି । ତେଣୁ ପ୍ରଶ୍ନ ପତ୍ର ପ୍ରସ୍ତୁତ କର୍ତ୍ତା, ଉତ୍ତର ଖାତା ମୂଲ୍ୟାୟନକାରୀଙ୍କ ପାଉଣା ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେବେ ବୋଲି ଏହି ବୈଠକରେ ମନ୍ତ୍ରୀ ପ୍ରକାଶ କରିଛନ୍ତି । ପୂର୍ବରୁ ଗୋଟିଏ ପ୍ରଶ୍ନପତ୍ର ପାଇଁ 10 ରୁ 20 ଟଙ୍କା ପାଉଥିବା ବେଳେ ଏହି ରାଶିକୁ ବୃଦ୍ଧି କରି 30 ଟଙ୍କା ଏବଂ ଉତ୍ତର ଖାତା ଦେଖିବା ପାଇଁ 500 ଟଙ୍କା ଥିବାବେଳେ ଏହାକୁ 1000 ଟଙ୍କା କରିବାକୁ ନିଷ୍ପତ୍ତି ହୋଇଛି ।

ସେହିପରି ପୂର୍ବରୁ ଅଧିକ କଲେଜ ପାଇଁ ଥିବା କମ ମୂଲ୍ୟାୟନ କେନ୍ଦ୍ରକୁ ବଦଳାଇ ବର୍ତମାନ ପ୍ରତି 12 ରୁ 15 ଟି କଲେଜ ପାଇଁ ଗୋଟିଏ ମୂଲ୍ୟାୟନ କେନ୍ଦ୍ର କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର କୁଳସଚିବ ପ୍ରମୋଦ କୁମାର ଶତପଥୀ ଏହା ପ୍ରକାଶ କରିଛନ୍ତି । ଏତଦବ୍ୟତୀତ ପରୀକ୍ଷାରେ କପି କୁ ରୋକିବା ସହିତ କେନ୍ଦ୍ରଗୁଡିକର ସୁରକ୍ଷା ଦୃଷ୍ଟିରୁ ସବୁକେନ୍ଦ୍ର ମାନଙ୍କରେ ସିସିଟିଭି ଲଗାଯିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଠିକ ସମୟରେ ଆଡ଼ମିଶନ କାର୍ଯ୍ୟ ଶେଷ କରିବା ସହିତ ପାଠ୍ୟକ୍ରମ ଠିକ ବିଷୟରେ ଆରମ୍ଭ ଏବଂ ଉପଯୁକ୍ତ ସମୟରେ ପରୀକ୍ଷା କରି ଫଳ ପ୍ରକାଶନ ଉପରେ ଗୁରୁତ୍ୱାରୋପ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ।

Body:ଆଜି ସ୍ଥାନୀୟ ପୁସ୍ତକ ଭବନ ଠାରେ ଆୟୋଜିତ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ,ଆର୍ଥିକ ନିୟନ୍ତ୍ରକ ଓ କୁଳସଚିବ ଙ୍କ ବୈଠକ ପରେ ମନ୍ତ୍ରୀ ଶ୍ରୀ ସାହୁ ଏହା ପ୍ରକାଶ କରିଛନ୍ତି।ଅନେକ ସମୟରେ ପରୀକ୍ଷା ଫଳ ପ୍ରକାଶନ ଓ ବିଭିନ୍ନ ଅନିୟମିତତା ନେଇ ବାରମ୍ବାର ଘଟଣା ସାମ୍ନା କୁ ଆସିବା ପରେ ଏହାର ସମାଧାନ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି।ଏସବୁ ବିଷୟରେ ଆଲୋଚନା ବେଳେ ଅନେକ ତଥ୍ୟ ସାମ୍ନା କୁ ଆସିଥିବା ବେଳେ ସେଥିମଧ୍ୟରୁ କେତେକ ଅସଙ୍ଗତି ଯଥା ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କର୍ତାଙ୍କ ପାଉଣା ,ଉତ୍ତର ଖାତା ନିରୀକ୍ଷକଙ୍କ ପାଉଣା ଏବଂ ବହୁତ ଗୁଡିଏ କଲେଜ ପାଇଁ ଅଳ୍ପ ମୂଲ୍ୟାୟନ କେନ୍ଦ୍ର ରହୁଥିବାରୁ ସମସ୍ୟା ଦେଖାଦେଉଥିବା ଜଣାପଡିଛି।ତେଣୁ ପ୍ରଶ୍ନ ପତ୍ର ପ୍ରସ୍ତୁତ କର୍ତା,ଉତ୍ତର ଖାତା ମୂଲ୍ୟାୟନକାରୀ ଙ୍କ ପାଉଣା ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେବେ ବୋଲି ଏହି ବୈଠକରେ ମନ୍ତ୍ରୀ ପ୍ରକାଶ କରିଛନ୍ତି।ପୂର୍ବରୁ ଗୋଟିଏ ପ୍ରଶ୍ନପତ୍ର ପାଇଁ 10 ରୁ 20 ଟଙ୍କା ପାଉଥିବା ବେଳେ ଏହାକୁ 30 ଟଙ୍କା ଏବଂ ଉତ୍ତର ଖାତା ଦେଖିବା ପାଇଁ 500 ଟଙ୍କା ଥିବାବେଳେ ଏହାକୁ 1000 ଟଙ୍କା କରିବାକୁ ନିଷ୍ପତ୍ତି ହୋଇଛି।ସେହିପରି ଆଗରୁ ଅଧିକ କଲେଜ ପାଇଁ ଥିବା କମ ମୂଲ୍ୟାୟନ କେନ୍ଦ୍ରକୁ ବଦଳାଇ ଏଥର ପ୍ରତି 12 ରୁ 15 ଟି କଲେଜ ପାଇଁ ଗୋଟିଏ ମୂଲ୍ୟାୟନ କେନ୍ଦ୍ର କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିବା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରମୋଦ କୁମାର ଶତପଥୀ ପ୍ରକାଶ କରିଛନ୍ତି।ଏତଦବ୍ୟତୀତ ପରୀକ୍ଷାରେ କପି କୁ ରୋକିବା ସହିତ କେନ୍ଦ୍ରଗୁଡିକର ସୁରକ୍ଷା ଦୃଷ୍ଟିରୁ ସବୁକେନ୍ଦ୍ର ମାନଙ୍କରେ ସିସିଟିଭି ଲଗାଯିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି।ଯାହା ଫଳରେ ଆଗାମୀ ବର୍ଷମାନଙ୍କର ଏଦିଗରେ ସୁଫଳ ମିଳିପାରିବ ବୋଲି ଜଣାଯାଏ।
ବାଇଟ-ମନ୍ତ୍ରୀ-ଡ଼ ଅରୁଣ ସାହୁ
ବାଇଟ-ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ର କୁଳ ସଚିବ -ପ୍ରମୋଦ କୁମାର ଶତପଥୀ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.