ETV Bharat / city

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା, ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ DCPଙ୍କୁ ନିର୍ଦ୍ଦେଶ - ଡିସିପିଙ୍କୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା । ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ । ଆଜି ଅର୍ଥାତ୍‌ ଅକ୍ଟୋବର ୧୨ ତାରିଖ ସୁଦ୍ଧା ବର୍ତ୍ତମାନର ଅନୁସନ୍ଧାନ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗର ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ । ଅଧିକ ପଢ଼ନ୍ତୁ

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା, ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ

author img

By

Published : Oct 12, 2022, 7:33 AM IST

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ । ତୁରନ୍ତ ଏହି ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ । ଆଜି ଅର୍ଥାତ୍‌ ଅକ୍ଟୋବର ୧୨ ତାରିଖ ସୁଦ୍ଧା ବର୍ତ୍ତମାନର ଅନୁସନ୍ଧାନ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗର ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ ।

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା, ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ
ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା, ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ

ସୂଚନା ଅନୁସାରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ‌ର ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା ମହାନ୍ତି ଜୁଲାଇ ୨ ତାରିଖରେ ଛାତ୍ରୀ ନିବାସରେ ଆତ୍ମହତ୍ୟା କରିଥିଲେ । ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ତେବେ ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବାରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି ରୁଚିକାଙ୍କ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ ରହିଥିଲା । ତେବେ କିଏ ସେହି ସିନିୟର, ଯିଏ ରୁଚିକାକୁ ରାଗିଂ କରୁଥିଲେ ତାହା ସବୁଠୁ ବଡ ପ୍ରଶ୍ନ । ଏପରିକି କଲେଜର ଲେଡିଜ ହଷ୍ଟେଲ କାରୁବାକି ଛାତ୍ରୀ ନିବାସର ତୃତୀୟ ମହଲାରେ ଡର୍ମିଟାରୀ ରୁମରେ ରୁଚିକାକୁ ଆଲର୍ଟମେଣ୍ଟ ହୋଇଥିଲା । ହେଲେ ସେ ହୁଏତ ଭୟରେ ଦ୍ବିତୀୟ ମହଲାରେ ଥିବା ରୁମ ନମ୍ବର ୨୦୧ରେ ଆସି ରହୁଥିଲେ ।

ରାଗିଂ ଭୟରେ କିଛି କହିନପାରି ଶେଷରେ ଲୁଗା ସୁଖାଇବାକୁ ଥିବା ପ୍ଲାଷ୍ଟିକ ରଶିରେ ରୁମର ଫ୍ୟାନରେ ଝୁଲି ପଡିଥିଲେ ରୁଚିକା । ଏପରିକି ରୁଚିକାଙ୍କ ଓଜନ ସମ୍ଭାଳି ନପାରି ରଶିଟି ଛିଣ୍ଡି ଯାଇଥିବାରୁ ମୃତଦେହଟି ବେଡ ଉପରେ ପଡିଥିଲା । ବେକରେ ରଶି ଲାଗିଥିବାରୁ ଏବଂ ଫ୍ୟାନରେ ରଶି ଲାଗିଥିବାରୁ ସେ ସୁଇସାଇଡ କରିଥିବା ପୋଲିସ ସ୍ପଷ୍ଟ କରିଥିଲା । ଏହି ଘଟଣାକୁ ନେଇ ମଧ୍ୟ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ଏହାପରେ ରାଜ୍ୟର ବଡ଼ ନାମୀଦାମି କଲେଜରେ ରାଗିଂକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.