ETV Bharat / city

ଭାଇଜାଗରୁ ଆସିଛନ୍ତି ଏଟିଏମ ଲୁଟେରା, ରାଜଧାନୀରେ ବୁଲି ଦେଖାଉଛନ୍ତି ଲୁଟର ଫଣ୍ଡା

author img

By

Published : Dec 12, 2020, 7:41 PM IST

Updated : Dec 12, 2020, 7:59 PM IST

କମିଶନରେଟ ପୋଲିସ ହାତରେ ହାଇପ୍ରୋଫାଇଲ ଲୁଟେରା । କିପରି କରିଥିଲେ ଲୁଟ, ପୋଲିସ ଆଗରେ ଓଗାଳିଲେ ସତ । ଅଧିକ ପଢନ୍ତୁ...

High profile Atm lotera on 3days transit remand
ଭାଇଜାଗରୁ ଆସିଛନ୍ତି ଏଟିଏମ ଲୁଟେରା, ରାଜଧାନୀରେ ବୁଲି ଦେଖାଉଛନ୍ତି ଲୁଟର ଫଣ୍ଡା

ଭୁବନେଶ୍ବର: ଭାଇଜାଗରୁ ଆସିଛନ୍ତି ଏଟିଏମ ଲୁଟେରା । ରାଜଧାନୀରେ ବୁଲି ଦେଖାଉଛନ୍ତି ଲୁଟର ଫଣ୍ଡା । ଏଟିଏମ ଲୁଟ ପରେ ଫ୍ଲାଇଟରେ ଫେରାର ହୋଇଥିଲେ । ପରେ ପୋଲିସ ହାତରେ ଧରାପଡିବା ପରେ ସବୁ ସତ ଓଗାଳିଥିଲେ । ଏପରି ହାଇପ୍ରୋଫାଇଲ ଲୁଟେରାଙ୍କ ଟିଆଇ ପରେଡ କରିଛି କମିସନରେଟ ପୋଲିସ । ହାଇଦ୍ରାବାଦରୁ ଆଣି ଭୁବନେଶ୍ବରରେ କିପରି ଲୁଟ କରିଥିଲେ ସେନେଇ କରିଛନ୍ତି ଭିଡିଓ ରେକର୍ଡିଂ । ଅର୍ଥାତ କିପରି ଭୁବନେଶ୍ବର ଆସିଥିଲେ କେଉଁଠାରେ ରହିଥିଲେ । ଆଉ କିପରି ଗ୍ୟାସ କଟର କିଣି ରାତି ଅଧରେ ପଟିଆସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ ଲୁଟ କଲେ । ଏ ସବୁର ପ୍ରମାଣ କୋର୍ଟରେ ଉପସ୍ଥାପନ କରିବା ପାଇଁ କିଭଳି ଏହି ୨ ଲୁଟେରା ଲୁଟ କରିଥିଲେ ୨୭ ଲକ୍ଷ ୮୪ ହଜାର ଏଟିଏମକୁ ତାଡି । ତେବେ ଗତ ନଭେମ୍ବର ୧୦ ତାରିଖରେ ଏପରି କଳାକନା ବୁଲାଇଥିଲେ ଲୁଟେରା ଦୁଇଜଣ । ଯେକି ନିଜର ହାଇପ୍ରଫାଇଲ ଲାଇଫ ଷ୍ଟାଇଲ ପାଇଁ ଏଟିଏମ ଲୁଟ କରିବା ଆରମ୍ଭ କରିଥିଲେ ।

ତେବେ ଅଭିଯୁକ୍ତ ଦୁଇଜଣ ହେଲେ ସମର ଜୋତ ସିଂ ବୟସ ୩୫ ଘର ପଞ୍ଜାବ । ଅନ୍ୟଜଣେ ଜାଫର ସାଦିକ ଏଭି ବୟସ ୨୮ ଘର କେରଳ । ସାଧାସିଧା ବେଶରେ ଗତ ନଭେମ୍ବର ୫ ତାରିଖରେ କଲିକତାରୁ ଭୁବନେଶ୍ବରରେ ପହଞ୍ଚି ଥିଲେ ୨ ଲୁଟେରା । ହାଇପ୍ରୋଫାଇଲ ଏରିଆ ଇନଫୋସିଟରେ ଏଣ୍ଟ୍ରି ମାରିଥିଲେ । ଦୁଇଜଣ ହୋଟେଲ ପବିତ୍ର ରୟାଲ ରିଜେନ୍ସି ଓ ରୟାଲ ଲିଜେଣ୍ଟରେ ରହିଥିଲେ । ପଟିଆରେ ଏକ ବାଇକ ଭଡାରେ ନେଇ ବିଭିନ୍ନ ଏଟିଏମକୁ ଦେଖି ଥିଲେ । ପରେ ହୋଟେଲ ପାଖ ଦୋକାନରୁ ଗ୍ୟାସ କଟର ଆଣି ୧୦ ତାରିଖ ରାତି ୧ଟାରେ ଲୁଟ ଅପରେସନ ଆରମ୍ଭ କରିଥିଲେ । ସେହିଦିନ ଗ୍ୟାସ ଲୋଡ ହୋଇଥିବା ପିଏନବି ଏଟିଏମରୁ ଗ୍ୟାସ କଟରରେ ତାଡି ୨୭ ଲକ୍ଷ ୮୪ ହଜାର ଟଙ୍କା ଲୁଟ କଲେ । ପରେ ୧୧ ତାରିଖ ସକାଳ ୭ଟାରୁ ଫ୍ଲାଇଟ ଯୋଗେ ଭୁବନେଶ୍ବରରୁ ଦିଲ୍ଲୀ ପଳାଇଥିଲେ । ପରେ ଭାଇଜାଗରେ ୯ ଲକ୍ଷ ଏଟିଏମ ଲୁଟ ପରେ ଏମାନେ ପୋଲିସ ହାତରେ ଧରାପଡିଥିଲେ । ଯାହାଙ୍କୁ ନେଇ ଟ୍ରାନଜିଟ ରିମାଣ୍ଡରେ ଆଣି ପଚରାଉଚରା କରୁଛି କମିସନରେଟ ପୋଲିସ । ଓଡିଶାରେ ଆଉ କେଉଁ ଏଟିଏମ ଲୁଟରେ ସେମାନଙ୍କ ସମ୍ପୃକ୍ତି ରହିଛି କି ନାହିଁ। କାରଣ ଓଡିଶାର ଭଦ୍ରକ ଓ ବାଲେଶ୍ବର ଭଳି ଅନେକ ଜିଲ୍ଲାରେ ଏଟିଏମ ଲୁଟର ପୁରୁଣା କେସ ରହିଛି ଯାହାର ଏଯାବତ ଟେର ପାଉନାହାନ୍ତି ପୋଲିସ ଅଧିକାରୀ । ତେବେ ସେସବୁ ଦିଗରେ କମିସନରେଟ ପଲିସ ହାତରେ ଆଉ କଣ ତଥ୍ୟ ହାସଲ ହେଉଛି ୩ ଦିନିଆ ରିମାଣ୍ଡ ଶେଷ ପରେ ଜଣାପଡିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 12, 2020, 7:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.