ଭୁବନେଶ୍ବର: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଶିଳ୍ପ ପାଇଁ ଜମି ସୁପାରିଶ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଉଚ୍ଚ ସ୍ତରୀୟ କମିଟି ଆସିଥିବା ପ୍ରସ୍ତାବ ଗୁଡିକୁ ସମୀକ୍ଷା କରିବା ସହ ପରବର୍ତ୍ତୀ ଅନୁମୋଦନ ପାଇଁ ପଠାଯାଇଛି ।
ଭୁବନେଶ୍ବର ମାଷ୍ଟର ପ୍ଲାନ ଭିତରେ 98ଟି ପ୍ରସ୍ତାବ ଆସିଛି । ସେଥି ମଧ୍ୟରୁ ଖୋର୍ଦ୍ଧାରେ ଫୁଡ ପାର୍କ, ଡେରାସରେ ଫୁଡ ପ୍ରୋସେସିଂ ପ୍ରୋଜେକ୍ଟ, ସିନଟେକ୍ସ କୋଲାବରେସନ ଟ୍ୟାଙ୍କ ସହ ବିଭିନ୍ନ ଏମଏସଏମଏଇ ପ୍ରକଳ୍ପ ପାଇଁ ପ୍ରସ୍ତାବ ରହିଛି । ଏନେଇ ଇଡ଼କୋ ଅଧ୍ୟକ୍ଷ ସଂଜୟ ସିଂ ସୂଚନା ଦେଇଛନ୍ତି। ଉଚ୍ଚସ୍ତରୀୟ ଜମି ନିର୍ଦ୍ଧାରଣ କମିଟି ଦ୍ବାରା ଶିଳ୍ପ ସଂସ୍ଥା ମାନଙ୍କୁ ଜମି ଅନୁମୋଦନ କରାଯାଇଥାଏ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ