ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ପ୍ରେମୀ ଯୁଗଳ ଉଦ୍ଧାର । ପରିବାର ଲୋକେ ବିବାହକୁ ବିରୋଧ କରୁଥିବାରୁ ସୁରକ୍ଷା ନିବେଦନ ପରେ ବିମାନବନ୍ଦରରେ କଡା ସୁରକ୍ଷା ଯୋଗାଇଲା ପୋଲିସ । ପୋଲିସ ଉଭୟଙ୍କୁ ବିମାନବନ୍ଦରରୁ ଥାନାକୁ ଆଣିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଝିଅର ପରିବାର ଲୋକେ ଏହି ପ୍ରେମ ବିବାହକୁ ବିରୋଧ କରିଛନ୍ତି । ଯୁବତୀ ଜଣକ ଜଣେ ଡାକ୍ତର ହୋଇ ଥିବାବେଳେ ପୁଅ ଓଡିଶାର ନୁହଁନ୍ତି ଏବଂ ସେ ବେଙ୍ଗାଲୁରୁର ଏକ ଘରୋଇ ସଂସ୍ଥାରେ କାମ କରୁଛନ୍ତି । ଆଜି(ଗୁରୁବାର) ଏମାନେ ବେଙ୍ଗାଲୁରୁରୁ ଫେରୁ ଥିବାବେଳେ ପୋଲିସକୁ ସୁରକ୍ଷା ଲୋଡିଥିଲେ ପ୍ରେମୀ ଯୁଗଳ ।
ପରେ ପୋଲିସ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିବା ସହିତ ଥାନାକୁ ଆଣିଥିଲା ଏବଂ ସେଠାରେ ଦୁଇ ପରିବାର ମଧ୍ୟରେ ଉଚ୍ଚବାଚ ହୋଇଥିବା ସୂଚନା ରହିଛି ।
ଇଟିଭି ଭାରତ, ଭୁବନେଶ୍ବର