ETV Bharat / city

20ରୁ କମ ପିଲା ଥିବା ସ୍କୁଲ ବନ୍ଦ ନିଷ୍ପତ୍ତି ରଦ୍ଦ, ସ୍ୱାଗତ କଲା ଅଭିଭାବକ ମହାସଙ୍ଘ - ସ୍କୁଲ ବନ୍ଦ ନିଷ୍ପତି ରଦ୍ଦ

ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା 20 ରୁ କମ ପିଲା ଥିବା ସ୍କୁଲ ବନ୍ଦ ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିବା ପରେ ଅଭିଭାବକ ମହାସଙ୍ଘର ସ୍ବାଗତ । ଅଧିକ ପଢନ୍ତୁ....

20ରୁ କମ ପିଲା ଥିବା ସ୍କୁଲ ବନ୍ଦ ନିଷ୍ପତି ରଦ୍ଦ, ସ୍ୱାଗତ କଲା ଅଭିଭାବକ ମହାସଙ୍ଘ

author img

By

Published : May 4, 2021, 9:00 PM IST

ଭୁବନେଶ୍ବର: 20ରୁ କମ ପିଲା ଥିବା ସ୍କୁଲ ବନ୍ଦ ଆଦେଶନାମା ରଦ୍ଦକୁ ଓଡିଶା ଅଭିଭାବକ ମହାସଙ୍ଘର ସ୍ୱାଗତ । ଓଡିଶା ଅଭିଭାବକ ମହାସଙ୍ଘ ଦ୍ୱାରା ଆଦୃତ ସର୍ବଦଳୀୟ ବୈଠକ ପରେ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ 15 ଓ 20 ରୁ କମ ଛାତ୍ରଛାତ୍ରୀ ଥିବା 7772 ରୁ ଊର୍ଦ୍ଧ୍ବ ଚାଲୁଥିବା ସରକାରୀ ବିଦ୍ୟାଳୟକୁ ବନ୍ଦ କରିଦେଇଥିଲେ l ଏହାକୁ ନେଇ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଛନ୍ତି ।

20ରୁ କମ ପିଲା ଥିବା ସ୍କୁଲ ବନ୍ଦ ନିଷ୍ପତି ରଦ୍ଦ, ସ୍ୱାଗତ କଲା ଅଭିଭାବକ ମହାସଙ୍ଘ
ତେବେ ଜିଲ୍ଲା ଶିକ୍ଷା କ୍ଷେତ୍ରରେ ପଛୁଆ ଥିବାବେଳେ ଏହି ସ୍କୁଲଗୁଡିକ ବନ୍ଦ ହୋଇ ଯାଇଥିଲେ ପିଲାମାନେ ଦୂର ସ୍କୁଲକୁ ଯାଇନପାରି ପାଠପଢ଼ା ଛାଡ଼ିଦେବାର ଆଶଙ୍କା ରହିଥିଲା ବୋଲି ଅଭିଭାକ ସଙ୍ଘ କହିଛି l ସେହିପରି ଏଥିପାଇଁ ଆଦିବାସୀ ଓ ହରିଜନ ବହୁଳ ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ମଧ୍ୟ ପାଠପଢାରୁ ବଞ୍ଚିତ ହୋଇଥାନ୍ତେ l ତେଣୁ କୋର୍ଟ ଏହି ନିର୍ଦ୍ଦେଶନାମା ଦେବା ପରେ ରାଜ୍ୟ ସରକାର ତୁରନ୍ତ ନିର୍ଦ୍ଦେଶର କାର୍ଯ୍ୟକାରୀ କରି ସ୍କୁଲଗୁଡିକ ଚାଲୁ ରଖିବାକୁ ସମସ୍ତ ବନ୍ଦୋବସ୍ତ କରନ୍ତୁ ବୋଲି ଅଭିଭାବକ ସଙ୍ଘ ଦାବି କରିଛି । ନଚେତ ପୂର୍ବ ଘୋଷଣା ଅନୁଯାଯୀ ବନ୍ଦ ହେଉଥିବା ସମସ୍ତ ଗାଁର ଗ୍ରାମବାସୀ ତଥା ଅଭିଭାବକମାନଙ୍କୁ ନେଇ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମହାସଙ୍ଘ ଘୋଷଣା କରିଛି l

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.