ଭୁବନେଶ୍ବର: ବନ୍ୟା ବିପଦ ଆଣିଛି ଲଗାଣ ବର୍ଷା । ସବୁ ନଦୀ ଉପରମୁହାଁ । ବାଲେଶ୍ୱର, ଭଦ୍ରକ ଜଳସେଚନ ଯନ୍ତ୍ରୀ ସତର୍କ ଅଛନ୍ତି। । ସୁବର୍ଣରେଖା ନଦୀ ଫୁଲିବା ସହ ବନ୍ୟା ଆଶଙ୍କା ଘାରିଛି । ବୁଢାବଳଙ୍ଗ, ବ୍ରାହ୍ମଣୀ, ବୈତରଣୀରେ ବନ୍ୟା ପରିସ୍ଥିତି । ରେଙ୍ଗାଲି ଡ୍ୟାମରେ ଜଳସ୍ତର ବଢୁଛି। ଯାଜପୁର , ଭଦ୍ରକ, ବଲେଶ୍ୱର, କେନ୍ଦ୍ରାପଡାର ତଳିଆ ଅଞ୍ଚଳ ଉବୁଟୁବୁ ହୋଇଥିବାରୁ ଦେଖାଦେଇଛି ବନ୍ୟା ଆଶଙ୍କା।
ହୀରାକୁଦ ବର୍ତ୍ତମାନ ସର୍ବାଧିକ 624 ଫୁଟ ଜଳସ୍ତର ରହିବ ବେଳେ 620 ଫୁଟ ଅଛି। ପ୍ରତି ସେକେଣ୍ଡରେ ହୀରାକୁଦରେ 4ଲକ୍ଷ 39ହଜାର ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 1 ଲକ୍ଷ 90ହଜାର ଘନଫୁଟ ଜଳ ନିଷ୍କାସନ ହେଉଛି।
ଏହାସହ ବୈତରଣୀ ଉପର ମୁଣ୍ଡାରେ ଜଳସ୍ତର ବଢୁଛି ଆଖୁଆପଦା ଠାରେ 2 ମିଟର ଉପରେ ରହୁଛି। 24 ଘଣ୍ଟା ଉତ୍ତର ଓଡ଼ିଶା, ମଧ୍ୟ ଓଡ଼ିଶାରେ ବହୁତ ବର୍ଷା ହୋଇଛି। ସୁନ୍ଦରଗଡରେ ପ୍ରବଳ ବର୍ଷା ଯୋଗୁଁ ବ୍ରାହ୍ମଣୀ ଜଳସ୍ତର ବଢିଛି। ଉତ୍ତର ଓଡ଼ିଶାରେ ବର୍ଷା ହେବା ସହ ଝାଡ଼ଖଣ୍ଡରୁ ପାଣି ଆସୁଛି ବୋଲି ଜଳ ସମ୍ପଦ ବିଭାଗ ତରଫରୁ ସୂଚନା ଦିଆଯାଇଛି।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ