ଭୁବନେଶ୍ବର: ଧୀରେଧୀରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ଶକ୍ତିଶାଳୀ ବାତ୍ୟା 'ଅମ୍ଫାନ' । ୨୦ ତାରିଖ ଅପରାହ୍ନରେ ଏହା ସୁନ୍ଦରବନ ଠାରେ ସ୍ଥଳଭାଗ ଛୁଇଁବ। ତେବେ 1999 ମସିହା ପରେ ପୁଣି ଥରେ ଶକ୍ତିଶାଳୀ ମହାବାତ୍ୟାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଲୋକେ । ବାତ୍ୟା ପ୍ରଭାବରେ ରାଜ୍ୟର ୧୧ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ୧୯ ତାରିଖରେ ପ୍ରବଳ ବର୍ଷା ହେବା ସହ ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ।
ସେହିପରି ୨୦ ତାରିଖ ସକାଳୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ଏହି ସମୟରେ ଘଣ୍ଟାକୁ ୧୨୦ ରୁ ୧୩୦ କିଲୋମିଟର ବେଗରେ ବେଗରେ ପବନ ବହିବ ବୋଲି ଅନୁମାନ କରାଯାଉଛି। ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ଏହା ବ୍ୟତୀତ ସମସ୍ତ ବନ୍ଦର ଗୁଡିକୁ ଆଲର୍ଟ ଜାରି କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ ଜିଲ୍ଲାରେ ଅମ୍ଫାନର ପ୍ରଭାବ ଅଧିକ ଅନୁଭୂତ ହେବ । ବାତ୍ୟା ପ୍ରଭାବରେ ଅନେକ କ୍ଷୟକ୍ଷତି ହେବାର ଆଶଙ୍କା ରହିଥିବା କୁହାଯାଉଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ