ETV Bharat / city

ଓଡିଶାର ଗାନ୍ଧିଜୀ ଉତ୍କଳମଣି ଗୋପବନ୍ଧୁ ଦାସ, ଜାଣନ୍ତୁ କିଛି ଅଜଣା କଥା...

author img

By

Published : Oct 9, 2020, 2:25 PM IST

Updated : Oct 9, 2020, 2:46 PM IST

ଯିଏ କୋଟିଏ ସନ୍ତାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜର ଗୋଟିଏ ସନ୍ତାନର ଜୀବନ ଉତ୍ସର୍ଗ କରିବାକୁ ପଛେଇ ନଥିଲେ ସେ ହେଉଛନ୍ତି ପଣ୍ଡିତ ଗୋପବନ୍ଧୁ ଦାସ । ପ୍ରତିଟି ଓଡିଆ ତାଙ୍କ ଅବଦାନ ଓ ନାମର ତାତ୍ପର୍ଯ୍ୟ ବେଶ ଭଲ ଭାବେ ଜାଣନ୍ତି ।

gopabandhu das, unknown fact, unknown fact on gopabandhu das, utkalmani gopabandhu das, ଗୋପବନ୍ଧୁ ଦାସ, ଅଜଣା କଥା, ଗୋପବନ୍ଧୁ ଦାସଙ୍କୁ ନେଇ ଅଜଣା କଥା, ଉତ୍କଳମଣି ଗୋପବନ୍ଧୁ ଦାସ
ଓଡିଶାର ଗାନ୍ଧୀଜୀ ଉତ୍କଳମଣି ଗୋପବନ୍ଧୁ ଦାସ, ଜାଣନ୍ତୁ କିଛି ଅଜଣା କଥା

ସାରା ରାଜ୍ୟରେ ପାଳନ ହେଉଛି ଗୋପବନ୍ଧୁ ଜୟନ୍ତୀ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ରାଜ୍ୟର ପୁର ପଲ୍ଲୀରେ ଚାଲିଛି ଉତ୍ସବର ମାହୋଲ । ଯିଏ କୋଟିଏ ସନ୍ତାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜର ଗୋଟିଏ ସନ୍ତାନର ଜୀବନ ଉତ୍ସର୍ଗ କରିବାକୁ ପଛେଇ ନଥିଲେ ସେ ହେଉଛନ୍ତି ପଣ୍ଡିତ ଗୋପବନ୍ଧୁ ଦାସ । ପ୍ରତିଟି ଓଡିଆ ତାଙ୍କ ଅବଦାନ ଓ ନାମର ତାତ୍ପର୍ଯ୍ୟ ବେଶ ଭଲ ଭାବେ ଜାଣନ୍ତି । ତେବେ ଆଜି ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା:

  • ଓଡିଶାରେ ସାମାଜିକ ବିକାଶ, ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରରେ ବିକାଶ ପାଇଁ ସେ ଅହରହ କାର୍ଯ୍ୟରତ । ତାଙ୍କର ଏହି ନିଷ୍ଠା ପାଇଁ ତାଙ୍କୁ ଓଡିଶାର ଗାନ୍ଧୀ ବୋଲି ଆଖ୍ୟା ଦିଆଯାଇଛି ।
  • ପୂର୍ବେ ଓଡିଶା ଉତ୍କଳ ନାମରେ ନାମିତ ଥିବା ବେଳେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅବଦାନ ପାଇଁ ତାଙ୍କୁ ଉତ୍କଳମଣିର ଆଖ୍ୟା ମିଳିଥିଲା ।
  • ତତ୍କାଳୀନ ସମୟରେ କଲେରା ରୋଗର ପ୍ରାଦୁର୍ଭାବ ରହିଥିବା ବେଳେ ଏହାର ନିରାକରଣ ସହ ରୋଗୀଙ୍କ ସେବା ପାଇଁ ସେ ପ୍ରତିଷ୍ଠା କରିଥିଲେ ପୁରୀ ସେବା ସମିତି । ଯାହା ପରବର୍ତ୍ତୀ ସମୟରେ କଲେରା ରୋଗୀଙ୍କ ଚିକିତ୍ସା ପାଇଁ ଏକ ଜିଲ୍ଲା ଡାକ୍ତରଖାନାରେ ପରିଣତ ହୋଇଥିଲା ।
  • ପୁରୀର ସୁଆଣ୍ଡୋ ଗ୍ରାମରେ ଦୈତାରୀ ଦାସ ଓ ସ୍ବର୍ଣ୍ଣମୟୀ ଦେବୀଙ୍କ ଔରସରୁ 1877 ମସିହାରେ ଜନ୍ମ ନେଇଥିଲେ ଗୋପବନ୍ଧୁ ।
  • ତାଙ୍କ ଉଦ୍ୟମ ଯୋଗୁଁ ପ୍ରଥମ ଆଞ୍ଚଳିକ ଭାଷା ରାଜ୍ୟ ଭାବେ 1936 ମସିହାରେ ଓଡିଶା ପ୍ରତିଷ୍ଠା ଲାଭ କରିଥିଲା । ତାଙ୍କର ଏହି ଅବଦାନ ସମସ୍ତ ପୀଢି ମନରେ ଆଜିବି ଉଜ୍ଜିବୀତ ।
  • କଟକ ସ୍ଥିତ ରେଭେନ୍ସା କଲେଜରେ ପାଠ ପଢୁଥିବା ସମୟରେ ସେ ବିଭିନ୍ନ ସାମାଜିକ କାର୍ଯ୍ୟକଳାପ ପ୍ରତି ଆକୃଷ୍ଟ ହୋଇଥିଲେ । ଫଳରେ ସେ ବିଏ ଡିଗ୍ରୀ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ପୁଣି ଦ୍ବିତୀୟ ଥର ପରୀକ୍ଷା ଦେଇଥିଲେ । ଏହାପରେ ସେ କାଲକଟା ୟୁନିଭର୍ସିଟିରୁ ଏଲଏଲବି ଶେଷ କରଥିଲେ ।
  • ପଢା ସରିବା ପରେ ସେ କଟକ ସ୍ଥାନାନ୍ତର ହେବା ପୂର୍ବରୁ ପୁରୀରେ କିଛି ଦିନ ଅଭ୍ୟାସ କରିବାକୁ ଚାହୁଁଥିଲ । ପରବର୍ତ୍ତୀ ସମୟରେ ସେ ମୟୂରଭଞ୍ଜ ଜିଲ୍ଲା ପାଇଁ ସରକାରୀ ଓକିଲ ଭାବେ କାର୍ଯ୍ୟ ଭାର ସମ୍ଭାଳିଥିଲେ । ହେଲେ ଏଥିରେ ମନ ନଲାଗିବାରୁ ସାମାଜିକ ସେବା କରିବା ପାଇଁ ସେ ନିଜ ଚାକିରୀ ପରିବର୍ତ୍ତନ କରିଥିଲେ ।
  • ଗରିବ ଓ ଅସହାୟଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ପ୍ରତିବଦ୍ଧ ଥିବାରୁ ସେ ରୋଗ ଶଯ୍ୟାରେ ପଡିଥିବା ନିଜ ପୁଅକୁ ଛାଡି ବନ୍ୟା ପୀଡିତଙ୍କ ସାହାଯ୍ୟ କରିଥିଲେ ।
  • କୋଲକାତାରେ ରହଣୀ ସମୟରେ ସେ ବନ୍ଦେ ମାତରମ ଦଳର ସଂସ୍ପର୍ଶରେ ଆସିଥିଲେ । ଯାହା ତାଙ୍କ ମନରେ ସ୍ବାଧୀନତାର ଭାବନା ପ୍ରବାହ କରିଥିଲା ।
  • ଓଡିଶା କଂଗ୍ରେସରେ ସେ ଥିଲେ ପ୍ରଥମ ଅଧ୍ୟକ୍ଷ । ଯିଏ 1921 ମସିହାରେ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ଓଡିଶା ଆଣିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ଓଡିଶାବାସୀଙ୍କୁ ଅସହଯୋଗ ଆନ୍ଦୋଳନରେ ସାମିଲ କରାଇବା ।
  • ନେତାଜୀ ସୁବାଷ ଚନ୍ଦ୍ର ବୋଷ ତାଙ୍କୁ ଆନ୍ଦୋଳନର ଜନକ ବୋଲି କୁହନ୍ତି ।
  • ତାଙ୍କର ବିଶ୍ବାସ ଥିଲା ଶିକ୍ଷା ହିଁ ସମାଜରେ ପରିବର୍ତ୍ତନ ଆଣିପାରେ । ଏଥିପାଇଁ ସେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ 1893 ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ଦାଖଲ ହୋଇଥିଲେ । ସେଠାରେ ସେ ଗୁରୁ ମୁଖତିଆର ରାମଚନ୍ଦ୍ର ଦାସଙ୍କ ସଂସ୍ପର୍ଶରେ ଆସି ଜାତୀୟତାବାଦ ପ୍ରତି ଅନୁପ୍ରାଣିତ ହୋଇଥିଲେ ।
  • ପରବର୍ତ୍ତୀ ସମୟରେ 1909 ମସିହାରେ ସାକ୍ଷୀଗୋପାଳରେ ସେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରତିଷ୍ଠା କରିବା ସହ ପିଲାମାନଙ୍କ ଶିକ୍ଷାଦାନ ପ୍ରତି ଗୁରୁତ୍ବ ଦେଇଥିଲେ ।
  • ପିଲାଟି ଦିନୁ ପିତା ମାତାଙ୍କୁ ହରାଇଥିବା ଗୋପବନ୍ଧୁ ମାତ୍ର 12 ବର୍ଷ ବୟସରେ ଆପ୍ତିଙ୍କୁ ବିବାହ କରିଥିଲେ । ହେଲେ ମାତ୍ର 28 ବର୍ଷ ବୟସରେ ସେ ମଧ୍ୟ ଗୋପବନ୍ଧୁଙ୍କୁ ଏକାକରି ଆରପାରିକୁ ଚାଲିଯାଇଥିଲେ । ପରେ ପରେ 3 ସନ୍ତାନଙ୍କ ମୃତ୍ୟୁ ପରେ ସେ ନିଜ ଝିଅକୁ ବଡ ଭାଇଙ୍କ ପାଖରେ ଜିମା ଦେବା ପରେ ଘର ଛାଡି ଚାଲିଯାଇଥିଲେ ।
  • ସେ ଏକାଧାରରେ ଜଣେ କବି, ଅଧ୍ୟାପକ, ଆଇନଜ୍ଞ, ସାମ୍ବାଦିକ ଓ ସମାଜସେବୀ ଥିଲେ । ତାଙ୍କ ଲିଖିତ କର କବିତା, ଚିଲିକା, ଧର୍ମପଦ ଓ ବନ୍ଦୀର ଆତ୍ମକଥା ଆଜି ବି ପାଠକଙ୍କ ମନରେ ଛପି ରହିଛି ।
  • ଓଡିଆ ସାମ୍ବାଦିକତା କ୍ଷେତ୍ରରେ ତାଙ୍କ ଅବଦାନ ଥିଲା ଅତୁଳନୀୟ । ସେ ଲୋକ ସେବକ ମଣ୍ଡଳର ଜାତୀୟ ଉପାଧ୍ୟକ୍ଷ ରହିଥିଲେ ।
  • 1914 ମସିହାରେ ସେ ସାପ୍ତାହିକ ପତ୍ରିକା ସତ୍ୟବାଦୀର ପ୍ରଚଳନ ଆରମ୍ଭ କରିଥିଲେ । ପରେ ପରେ ସାପ୍ତାହିକ ଖବରକାଗଜ ସମାଜ ମଧ୍ୟ ଆରମ୍ଭ କରିଥିଲେ । ଯାହା 1919 ମସିହାରେ ଓଡିଶାର ଅଗ୍ରଣୀ ଖବରକାଗଜରେ ପରିଣତ ହୋଇଥିଲା ।

Last Updated : Oct 9, 2020, 2:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.