ETV Bharat / city

କୋଭିଡ ମେଡିକାଲ ଉପକରଣ କିଣିବା ଟିମରୁ ହଟିଲେ ଆଇଏଏସ ହେମନ୍ତ

author img

By

Published : Jun 5, 2020, 1:10 PM IST

ପିପିଇ କିଟ ବିବାଦ ସାଙ୍ଗକୁ ମାସ୍କ ଓ ଭେଣ୍ଟିଲେଟର କିଣିବାରେ ଅନିୟମିତତା ଅଭିଯୋଗ । କୋଭିଡ ପର୍ଚେଜ ଟିମରୁ ହଟିଲେ ଆଇଏଏସ ହେମନ୍ତ ଶର୍ମା । ଅଧିକ ପଢନ୍ତୁ...

ମେଡିକାଲ ଉପକରଣ କିଣିବା ଟିମରୁ ହଟିଲେ ହେମନ୍ତ
ମେଡିକାଲ ଉପକରଣ କିଣିବା ଟିମରୁ ହଟିଲେ ହେମନ୍ତ

ଭୁବନେଶ୍ବର: କୋଭିଡ କିଟ କେଳେଙ୍କାରୀ ପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ । ପର୍ଚେଜ କମିଟି ମୁଖ୍ୟ ପଦରୁ ହଟିଲେ ହେମନ୍ତ ଶର୍ମା । କୋରୋନା ମୁକାବିଲା ସରଞ୍ଜାମ ଗ୍ରହଣ ନ କରିବାରୁ ବିବାଦ ଦେଖାଦେଇଥିଲା ।

ମେଡିକାଲ ଉପକରଣ କିଣିବା ଟିମରୁ ହଟିଲେ ହେମନ୍ତ
ମେଡିକାଲ ଉପକରଣ କିଣିବା ଟିମରୁ ହଟିଲେ ହେମନ୍ତ

ଆଇଏଏସ ହେମନ୍ତ ଶର୍ମାଙ୍କୁ କୋରୋନା ମେଡିକାଲ ଉପକରଣ କିଣିବା ଟିମରୁ ଅବ୍ୟାହତି ଦିଆଯାଇଛି। ଗତ ଏପ୍ରିଲ 23ରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। କୋଭିଡ-19 ମୁକାବିଲା ନିମନ୍ତେ ରାଜ୍ୟ ସରକାର ଔଷଧ ନିଗମ ଜରିଆରେ ଉପକରଣ କିଣିବାକୁ ଏକ ଟିମ ଗଠନ କରିଥିଲେ। ଯେଉଁ ଟିମରେ ଶିଳ୍ପ ସଚିବ ହେମନ୍ତ ଶର୍ମା ରହିଥିଲେ।

ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବଙ୍କୁ ସେ ସହଯୋଗ କରିବା ନେଇ କୁହାଯାଇଥିଲା। ହେଲେ ଜୁନ ପହିଲାରୁ ତାଙ୍କୁ ହଟାଇ ଦେଇଛନ୍ତି ସରକାର। ତାଙ୍କ ବିରୋଧରେ ପିପିଇ କିଟ ବିବାଦ ସାଙ୍ଗକୁ ମାସ୍କ ଓ ଭେଣ୍ଟିଲେଟର କିଣିବାରେ ଅନିୟମିତତା ଅଭିଯୋଗ ହୋଇଥିଲା। ଏଥିସହିତ ପିପିଇ କିଟ ନେଇ ଆସିଥିବା ଟ୍ରକ ଫେରିଯିବା କଥା ବି ରହିଥିଲା। ଏସବୁ ନେଇ ତାଙ୍କ ଉପରେ ଆରୋପ ଲାଗିଥିଲା।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.