ଭୁବନେଶ୍ବର : ରାତି ପାହିଲେ ଗଣେଶ ପୂଜା । ଏହାକୁ ନେଇ ରାଜଧାନୀରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । କୋରୋନା କୋପ ଦିନକୁ ଦିନ ବଢ଼ି ଚାଲିଛି। ଭୟ ମଧ୍ୟ ଏଯାଏ ଟଳିନି। ଏହା ସତ୍ତ୍ବେ ଗଣେଶ ପୂଜା ପାଇଁ ରାଜଧାନୀ ଭୁବନେଶ୍ବରର ଅନେକ ସ୍ଥାନରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଖାସ କରି ଏକ ନମ୍ବର ହାଟର । ତବେ ଏହି ସମୟରେ ଲୋକେ ସାମାଜିକ ଦୂରତ୍ବକୁ ଅବମାନନା କରୁଥିବା ଦେଖିବାକୁ ମିଳିଛି ।
ସେପଟେ କିଛି ସ୍ଥାନରେ ବ୍ୟାରିକେଡ୍ ବନ୍ଧା ହୋଇ ରହିଥିବାରୁ ଲୋକଙ୍କୁ ଟ୍ରାଫିକ୍ ଜାମ୍ର ଯନ୍ତ୍ରଣା ମଧ୍ୟ ଭୋଗିବାକୁ ପଡ଼ିଛି। ଗଣେଶ ମୂର୍ତ୍ତି ସହ ପୁଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ କ୍ରୟ ପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଯାହାକୁ ନଜରରେ ରଖି କେତେକ ଗାଡ଼ି ମଧ୍ୟ ସିଜ ହୋଇଛି । ବେଆଇନ ପାର୍କି ଏବଂ ଟ୍ରାଫିକ ଜାମ ସ୍ଥାନରେ ଥିବା ଗାଡ଼ିକୁ କ୍ରେନ ଲଗାଇ ଉଠାଇ ନେଇଛି କମିସନରେଟ ପୋଲିସ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ