ETV Bharat / city

13 ଜିଲ୍ଲାରେ ପ୍ରବଳ ବର୍ଷା ସତର୍କ - ପ୍ରବଳ ବର୍ଷା ସତର୍କ

ଗତକାଲିର ସମୁଦ୍ର ପତ୍ତନରେ ଥିବା ନିମ୍ନ ଚାପ ରେଖା ଆଜି ପୂର୍ବ ଉତ୍ତର ପ୍ରଦେଶରୁ ଉତ୍ତର ଝାଡ଼ଖଣ୍ଡ ଏବଂ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ମଧ୍ୟ ଦେଇ ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଅଧିକ ପଢନ୍ତୁ...

13 ଜିଲ୍ଲାରେ ପ୍ରବଳ ବର୍ଷା ସତର୍କ
13 ଜିଲ୍ଲାରେ ପ୍ରବଳ ବର୍ଷା ସତର୍କ
author img

By

Published : Jun 25, 2021, 9:25 PM IST

ଭୁବନେଶ୍ବର: ଗତକାଲିର ସମୁଦ୍ର ପତ୍ତନରେ ଥିବା ନିମ୍ନ ଚାପ ରେଖା ଆଜି ପୂର୍ବ ଉତ୍ତର ପ୍ରଦେଶରୁ ଉତ୍ତର ଝାଡ଼ଖଣ୍ଡ ଏବଂ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ମଧ୍ୟ ଦେଇ ଉତ୍ତର ପୂର୍ବ ଙ୍ଗୋପସାଗର ଯାଏଁ ଲମ୍ବିଛି । ତାଛଡା ଝାଡ଼ଖଣ୍ଡ ଏବଂ ତାର ଆଖପାଖ ଅଞ୍ଚଳରେ ଥିବା ଘୁର୍ଣ୍ଣି ବଳୟ ସମୁଦ୍ର ପତ୍ତନ ଠାରୁ ୫.୮ କି.ମି ଯାଏଁ ସକ୍ରିୟ ରହିଛି ଏବଂ ଏହା ଉଚ୍ଚତା ସହ ଦକ୍ଷିଣ ପଶ୍ଚିମ ଦିଗରେ ଢଳିଛି । ସମୁଦ୍ର ପତ୍ତନ ଠାରୁ ୦.୯ କି.ମି ଉଚ୍ଚତାରେ ଝାଡ଼ଖଣ୍ଡ ଏବଂ ତାର ଆଖପାଖ ଅଞ୍ଚଳରେ ଥିବା ଘୁର୍ଣ୍ଣିବଳୟ ଠାରୁ ଦକ୍ଷିଣ ଓଡିଶା ଯାଏଁ ଗୋଟିଏ ନିମ୍ନଚାପ ରେଖା ଲମ୍ବିଛି । ଆସନ୍ତା 3 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

13 ଜିଲ୍ଲାରେ ପ୍ରବଳ ବର୍ଷା ସତର୍କ
ଏହି ପାଣିପାଗ ନିୟାମକ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୩ ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ନୂଆପଡା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ, ସୁନ୍ଦରଗଡ, କେନ୍ଦୁଝରରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ୧୯ ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ନୂଆପଡା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ, ସୁନ୍ଦରଗଡ, କେନ୍ଦୁଝର, କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା ଏବଂ ପୁରୀ ଠାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.