ETV Bharat / city

ରାଜ୍ୟରେ ସକ୍ରିୟ ମୌସୁମୀ, ଭିଜିବ ଆଭ୍ୟନ୍ତରୀଣ-ଉପକୂଳବର୍ତ୍ତୀ ଜିଲ୍ଲା - ଭିଜିବ ଆଭ୍ୟନ୍ତରୀଣ-ଉପକୂଳବର୍ତ୍ତୀ ଜିଲ୍ଲା

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଆସନ୍ତା 24 ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

weather report
ରାଜ୍ୟରେ ସକ୍ରିୟ ମୌସୁମୀ, ଭିଜିବ ଆଭ୍ୟନ୍ତରୀଣ-ଉପକୂଳବର୍ତ୍ତୀ ଜିଲ୍ଲା
author img

By

Published : Jun 22, 2020, 7:11 PM IST

ଭୁବନେଶ୍ବର: ଆଭ୍ୟନ୍ତରୀଣ ଓଡିଶା ନିକଟବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି । ଯାହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶା ସହ ଉପକୂଳବର୍ତ୍ତୀ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ରାଜ୍ୟରେ ସକ୍ରିୟ ମୌସୁମୀ, ଭିଜିବ ଆଭ୍ୟନ୍ତରୀଣ-ଉପକୂଳବର୍ତ୍ତୀ ଜିଲ୍ଲା

ତା’ଛଡା ନୂଆପଡା, ବଲାଙ୍ଗୀର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏହାସହ ନବରଙ୍ଗପୁର, ବରଗଡ, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡା ଏବଂ ସୋନପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି |

ସେହିପରି ଆସନ୍ତା ୨୪ ତାରିଖରେ ରାଜ୍ୟର କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ବାସ ।

ଅନ୍ୟପଟେ ଜୁନ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୯୫.୦ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବାଭାବିକ ବର୍ଷା ୧୩୭.୦ ମିମି ଠାରୁ ୪୨ ପ୍ରତିଶତ ଅଧିକ । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ନୂଆପଡା ଜିଲ୍ଲାର କୋମନା ଠାରେ ସର୍ବାଧିକ ୧୮୪.୦ ମିମି ବର୍ଷା ରେକର୍ଡ ହୋଇଛି |

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.