ETV Bharat / city

ଆଗାମୀ 5 ଦିନ ରାଜ୍ୟରେ ପ୍ରବଳ ବର୍ଷା, ୟେଲୋ ୱାର୍ନିଙ୍ଗ ଜାରି କଲା ପାଣିପାଗ ବିଭାଗ

author img

By

Published : Jun 26, 2021, 9:04 PM IST

ରାଜ୍ୟରେ ଆଗାମୀ ପାଞ୍ଚ ଦିନ ବର୍ଷା ନେଇ ସୂଚନା ଦେଇଛନ୍ତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ । ରାଜ୍ୟରେ ପ୍ରବଳ ବର୍ଷା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ...

heavy rain in state on upcoming 5 days s
ଆଗାମୀ 5 ଦିନ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ବର: ରାଜ୍ୟରେ ବର୍ଷା ନେଇ ସୂଚନା ଦେଇଛନ୍ତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ । ଆଗାମୀ ପାଞ୍ଚ ଦିନର ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କଲା ପାଣିପାଗ ବିଭାଗ । ସମୁଦ୍ର ପତ୍ତନରେ ଥିବା ନିମ୍ନ ଚାପ ରେଖା ଆଜି ପୂର୍ବ ଉତ୍ତରପ୍ରଦେଶରୁ ଉତ୍ତର ଝାଡଖଣ୍ଡ ଏବଂ ବଙ୍ଗୀୟ ପଶ୍ଚିମ-ବଙ୍ଗ ଉପତ୍ୟକା ମଧ୍ୟ ଦେଇ ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି ।

ଆଗାମୀ 5 ଦିନ ରାଜ୍ୟରେ ପ୍ରବଳ ବର୍ଷା, ୟେଲୋ ୱାର୍ନିଙ୍ଗ ଜାରି ପାଣିପାଗ ବିଭାଗ

ଝାଡ଼ଖଣ୍ଡ ଏବଂ ତାର ଆଖପାଖ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ୩.୧ କିମି ଯାଏଁ ସକ୍ରିୟ ରହିଛି ଏବଂ ଏହା ଉଚ୍ଚତା ସହ ଦକ୍ଷିଣ ପଶ୍ଚିମ ଦିଗରେ ଢଳିଛି | ସମୁଦ୍ର ପତ୍ତନ ଠାରୁ ୦.୯ ରୁ ୨.୧ କିମି ମଧ୍ୟରେ ଦକ୍ଷିଣ ଓଡିଶା ଏବଂ ତାର ଅଖାପାଖ ଅଞ୍ଚଳରେ ଗୋଟିଏ ଘୁର୍ଣ୍ଣି ବଳୟ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ୯ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ, ଏବଂ ଗଞ୍ଜାମରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ସେହିପରି ୨୦ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି, କୋରାପୁଟ, ଏବଂ ନବରଙ୍ଗପୁର ଠାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଚାନ୍ଦବାଲି,ବାରିପଦା ଏବଂ କଟକରେ ସର୍ବୋଚ୍ଚ ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ କରାଯାଇଛି।

ଭୁବନେଶ୍ବରୁ ସଞ୍ଜୀୟ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.