ଭୁବନେଶ୍ବର: ରାଜ୍ୟରେ ଆହୁରି ବର୍ଷିବ । ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପଶ୍ଚିମ କେନ୍ଦ୍ରୀୟ ଓ ଦକ୍ଷିଣ ଆନ୍ଧ୍ରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ ।
ଏଥିପାଇଁ ବାଲେଶ୍ବର, ଭଦ୍ରକ,ମୟୂରଭଞ୍ଜ, ପୁରୀ,କଟକ,ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାକୁ ଆର୍ଲଟ କରାଯାଇଛି । ସେହିପରି ଯାଜପୁର, ନୟାଗଡ଼, ବୌଦ୍ଧ,କନ୍ଧମାଳ, କେନ୍ଦ୍ରାପଡା, ଜଗତସିଂହପୁର ଏବଂ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ଭୁବନେଶ୍ବର ଓ କଟକରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଗତ 24 ଘଣ୍ଟା ମଧ୍ୟରେ ଗଞ୍ଜାମର ପୁରୁଷୋତ୍ତମପୁରରେ ସର୍ବାଧିକ 88.2 ମିମି ବର୍ଷା ରେକର୍ଡ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ