ETV Bharat / city

ସ୍ମାର୍ଟସିଟିରେ ପ୍ରବଳ ବର୍ଷା, ପୋଖରୀର ଭ୍ରମ ସୃଷ୍ଟି

ପ୍ରବଳ ବର୍ଷାରେ ଭାସିଲା ଭୁବନେଶ୍ବର । ଜନଜୀବନ ପ୍ରଭାବିତ । ଅଧିକ ପଢନ୍ତୁ....

author img

By

Published : Sep 22, 2020, 10:40 AM IST

heavy rain in bhubaneswar
ସ୍ମାର୍ଟସିଟିରେ ପ୍ରବଳ ବର୍ଷା, ସୁଇମିଙ୍ଗ ପୁଲର ସୃଷ୍ଟି ହେଲା ଭ୍ରମ

ଭୁବନେଶ୍ବର: ସ୍ମାର୍ଟସିଟିରେ ପ୍ରବଳ ବର୍ଷା ଯୋଗୁଁ ସୁଇମିଂ ପୁଲର ଭ୍ରମ ସୃଷ୍ଟି କରିଛି। ଲଘୁଚାପଜନିତ ବର୍ଷାରେ ଭୁବନେଶ୍ବରରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସୋମବାର ସନ୍ଧ୍ୟାରେ ପ୍ରବଳ ବର୍ଷାରେ ଉବୁଟୁବୁ ହୋଇଥିଲା ପୁରା ସ୍ମାର୍ଟସିଟି । କେଉଁଠି ପୋଖରୀର ଭ୍ରମ ସୃଷ୍ଟି ହୋଇଥିଲା ତ ଆଉ କେଉଁଠି କୃତ୍ରିମ ବନ୍ୟା ସ୍ଥିତି ଦେଖାଦେଇଥିଲା ।

ବର୍ଷା ଯୋଗୁଁ ଓୟୁଏଟି ଶିରିପୁର ଛକ ନୂଆସହିର ରାସ୍ତା ରେ ଲହଡି ଭାଙ୍ଗୁଥିଲା ବର୍ଷା ଜଳ । ଫଳରେ ଗମନା ଗମନା ପାଇଁ ସମସ୍ୟା ଭୋଗିଥିଲେ ସ୍ଥାନୀୟ ଲୋକେ । ସେହିପରି ସିଆରପି ଛକ ଓଭର ବ୍ରିଜ ତଳେ ବର୍ଷା ପାଣି ଜମି ରହିଥିଲା । ଲକ୍ଷ୍ମୀସାଗର ସ୍ଥିତ ବରଗଡ଼ କେନାଲ କଲୋନୀରେ ଲୋକଙ୍କ ଘରେ ବର୍ଷା ଜଳ ପଶି ଯାଇଥିଲା । ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୋଇଥିଲେ । ବିଏମସି ପକ୍ଷରୁ କୋଟି କୋଟି ଟଙ୍କା ଡ୍ରେନେଜ ନିର୍ମାଣ ଓ ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହେଉଛି ହେଲେ ଅବସ୍ଥା ଯଥା ପୂର୍ବଂ ତଥା ପରମ। ଯାହାଫଳରେ ସ୍ମାର୍ଟସିଟିରେ ଅସରାଏ ବର୍ଷା ହେଲେ ବନ୍ୟା ପରିସୃଷ୍ଟି ହେଉଛି।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.