ETV Bharat / city

ଆସୁଛି ମୌସୁମୀ, 4 ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ - ପ୍ରବଳ ବର୍ଷା ଆଲର୍ଟ

ଆସୁଛି ମୌସୁମୀ । ଦିନେ ଦୁଇ ଦିନ ଭିତରେ କେରଳ ଛୁଇଁବା ନେଇ ପାଗ ଅନୁକୂଳ। ଚଳିତ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡିଶା ଆସିବାକୁ ୧୦ ରୁ ୧୨ ଦିନ ସମୟ ଲାଗିବ । ଅଧିକ ପଢନ୍ତୁ...

4 ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ
4 ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ
author img

By

Published : Jun 2, 2021, 7:14 PM IST

ଭୁବନେଶ୍ବର: ଆସୁଛି ମୌସୁମୀ । ଦିନେ ଦୁଇ ଦିନ ଭିତରେ କେରଳ ଛୁଇଁବା ନେଇ ପାଗ ଅନୁକୂଳ । ଚଳିତ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡିଶା ଆସିବାକୁ ୧୦ରୁ ୧୨ ଦିନ ସମୟ ଲାଗିବ ।

4 ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ
ଆସନ୍ତା ତିନି ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ଓ ବଜ୍ରପାତ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ଗୁରୁବାର ମଧ୍ୟରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବ। କନ୍ଧମାଳ, ଗଞ୍ଜାମ, ଗଜପତି, ବୌଦ୍ଧରେ ପ୍ରବଳ ବର୍ଷା ଏବଂ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, ବରଗଡ଼, ସମ୍ବଲପୁର, ଅନୁଗୋଳ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବିଜୁଳି ବଜ୍ରପାତ ସହ ବର୍ଷା ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର ।

ସେହିପରି ଆସନ୍ତାକାଲି ମଧ୍ୟ ୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି କେନ୍ଦ୍ର। କାଳବୈଶାଖୀ ବର୍ଷା ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିଛି । ଗତ ୨୪ ଘଣ୍ଟାରେ ପାରାଦୀପରେ ସର୍ବାଧିକ ୮୫.୪ ମି.ମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୦.୬ ଡିଗ୍ରୀ ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.