ଭୁବନେଶ୍ବର: ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି (ସୋମବାର) ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶା ଏବଂ ଉପକୂଳର୍ତ୍ତୀ ଅଞ୍ଚଳମାନଙ୍କରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏନେଇ ରାଜ୍ୟର 15ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।
-
#Weather briefing (In #Hindi) by Scientist-C: Dr. Sanjeev Dwivedi for next five days, based on 0830 Hrs IST observation of #24th July, 2022.https://t.co/LrXyKoyyFm
— Meteorological Centre, Bhubaneswar (@mcbbsr) July 24, 2022 " class="align-text-top noRightClick twitterSection" data="
">#Weather briefing (In #Hindi) by Scientist-C: Dr. Sanjeev Dwivedi for next five days, based on 0830 Hrs IST observation of #24th July, 2022.https://t.co/LrXyKoyyFm
— Meteorological Centre, Bhubaneswar (@mcbbsr) July 24, 2022#Weather briefing (In #Hindi) by Scientist-C: Dr. Sanjeev Dwivedi for next five days, based on 0830 Hrs IST observation of #24th July, 2022.https://t.co/LrXyKoyyFm
— Meteorological Centre, Bhubaneswar (@mcbbsr) July 24, 2022
ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ରାଜ୍ୟର ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦୁଝର,ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର,ବରଗଡ଼,ସୋନପୁର, ବୌଦ୍ଧ ଓ କନ୍ଧମାଳରେ ବର୍ଷା ହେବାର ଆଶଙ୍କା ରହିଛି । ଆସନ୍ତାକାଲି(ମଙ୍ଗଳବାର) ଠାରୁ ପାଣିପାଗରେ ସୁଧାର ଆସି ପାଗ ଶୁଖିଲା ରହିବାର ଅନୁମାନ କରାଯାଉଛି ।
ସେହିପରି କେତେକ ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଉତ୍ତର ଓଡ଼ିଶାର 10ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 26 ତାରିଖ ପରେ ଆସନ୍ତା 5 ଦିନ ଯାଏ ରାଜ୍ୟରେ କେତେକ ସ୍ଥାନରେ ହାଲୁକା ବର୍ଷା ହେବାନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।