ETV Bharat / city

‘କାଳବୈଶାଖୀ ଯୋଗୁଁ ଗରମରୁ ମିଳିପାରେ ଆଶ୍ବସ୍ତି’ - bhubaneswar

ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ସେପଟେ ଆସନ୍ତା ସପ୍ତାହରେ ବିଭିନ୍ନ ଜିଲ୍ଲାରେ ତାପମାତ୍ରାରେ ବୃଦ୍ଧି ହେବା ନେଇ ମଧ୍ୟ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : May 15, 2019, 12:12 AM IST

ଭୁବନେଶ୍ବର: ଅସହ୍ୟ ଗ୍ରାଷ୍ମ ତାତିରୁ କିଛିଟା ଆଶ୍ବସ୍ତି ମିଳିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । କାରଣ ଆସନ୍ତା 24 ଘଣ୍ଟା ମଧ୍ୟରେ ଉପକୂଳ ଓଡିଶାର କେତେକ ସ୍ଥାନରେ ହୋଇପାରେ କାଳବୈଶାଖୀ ଜନିତ ବର୍ଷା । ଅନେକ ଜିଲ୍ଲାରେ ବଜ୍ରପାତ ହେବା ନେଇ ମଧ୍ୟ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ହବିବୁର ବିଶ୍ବାସ । କିନ୍ତୁ ଏହାସହ ଆସନ୍ତା 17 ଓ18ରେ ତାପାମାତ୍ରା ବୃଦ୍ଧି ହେବ ବୋଲି ମଧ୍ୟ କହିଛନ୍ତି ପାଣିପାଗ ନିର୍ଦ୍ଦେଶକ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରାଜ୍ୟର ବାଲେଶ୍ଵର, ଢେଙ୍କାନାଳ, ମୟୁରଭଞ୍ଜ, ଯାଜପୁର, କଟକ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପଣିପାଗ ବିଭାଗ ସୂଚନା ଦେଇଛି । ଅନ୍ୟ ପଟେ ଆସନ୍ତା 17 ଓ 18 ତାରିଖରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ପାଇଁ ହିଟ ୱେଭ ୱାର୍ନିଂ ଜାରି କରିଛି ଆଞ୍ଚଳିକ ପଣିପାଗ ବିଭାଗ କେନ୍ଦ୍ର । 17 ଓ 18 ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରାରେ 2ରୁ 3 ଡିଗ୍ରୀ ବୃଦ୍ଧି ହେବା ନେଇ ମଧ୍ୟ ସୂଚନା ରହିଛି । ମଙ୍ଗଳବାର ରାଜ୍ୟର 10ଟି ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା କହିଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.