ଭୁବନେଶ୍ବର: ସାରା ରାଜ୍ୟରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢିବା ସହ ଚାରିଆଡେ ନିଆଁ ଝୁଲ ବର୍ଷୁଛି । ଏମିତି ଆହୁରି କିଛିଦିନ ଧରି ଲାଗି ଗ୍ରାଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ରାଜ୍ୟର 9ଟି ଜିଲ୍ଲାରେ 40 ଡିଗ୍ରୀ ଉପରେ ପାରା ରହିଥିବା ଜଣାପଡିଛି ।
ଏଥିସହ ଟିଟିଲାଗଡ଼ରେ ସର୍ବାଧିକ 44 ଡିଗ୍ରୀ ତାପମାତ୍ରା ରହିବା ସହ ବଲାଙ୍ଗୀର 42.5 , ଅନୁଗୁଳ 40.1, ସୁନ୍ଦରଗଡ଼41, ଭାବାନୀପାଟଣା 41 ଡିଗ୍ରୀ , ତାଳଚେର 40.1 ଓ ଝାରସୁଗୁଡା 42 .2 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଅନ୍ୟପଟେ କିଛିଦିନ ଧରି ଉପକୂଳ ଓଡ଼ିଶାରେ ସନ୍ଧ୍ୟା ସମୟରେ କାଳବୈଶାଖୀର ସମ୍ଭାବନା ରହିଛି । ଘଡ଼ଘଡି ସହ 30 ରୁ 40 କଲୋମିଟର ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ ଵିଶେଷଜ୍ଞ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ