ETV Bharat / city

ମାର୍ଚ୍ଚରୁ ମୁଣ୍ଡଫଟା ଖରା: 36 ଡିଗ୍ରୀ ଉପରେ 6 ସହର

ମାର୍ଚ୍ଚରୁ ଆରମ୍ଭ ହେଲାଣି ମୁଣ୍ଡଫଟା ଖରା । ୧୬ରେ ୪୦ ଛୁଇଁବ ତାତି । ଦୁଇଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ । 36 ଡିଗ୍ରୀ ଉପରେ ରହିଛି 6ଟି ସହର । ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 38 ଡିଗ୍ରୀ ଛୁଇଁଛି। ଏବେଠୁ ପ୍ରବଳ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କଲାଣୀ କଲାଣି । ଅଧିକ ପଢନ୍ତୁ

author img

By

Published : Mar 14, 2022, 7:44 PM IST

ମାର୍ଚ୍ଚରୁ ମୁଣ୍ଡଫଟା ଖରା : 36 ଡିଗ୍ରୀ ଉପରେ 6ଟି ସହରର ତାପମାତ୍ରା

ଭୁବନେଶ୍ବର: ମାର୍ଚ୍ଚରୁ ଆରମ୍ଭ ହେଲାଣି ମୁଣ୍ଡଫଟା ଖରା । ୧୬ରେ ୪୦ ଛୁଇଁବ ତାତି । ଦୁଇଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ। 36 ଡିଗ୍ରୀ ଉପରେ ରହିଛି 6 ଟି ସହର । ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 38 ଡିଗ୍ରୀ ଛୁଇଁଛି । ଏବେଠୁ ପ୍ରବଳ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କଲାଣୀ କଲାଣି । ସକାଳ ୧୦ ଟାରୁ ଖରାର ପ୍ରକୋପ ଦେଖିବାକୁ ମିଳୁଛି । ଆଗକୁ ଆହୁରି ବଢିବ ଖରା । ୩ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା ।

ଏହାବି ପଢନ୍ତୁ : ହିଟ୍‌ୱେଭ ଆକ୍ସନ ପ୍ଲାନ: ପୂର୍ବାହ୍ନ 11ରୁ ଅପରାହ୍ନ 3ଟା ଯାଏଁ ଗଡିବନି ବସ୍‌ !

15ରୁ 17 ତାରିଖରେ ଉପକୂଳ ଓଡିଶାରେ ଦିନ ତାପମାତ୍ରା 36ରୁ 38 ଡିଗ୍ରୀ ରେକର୍ଡ ହେବାର ସମ୍ଭାବନା ଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି 38 ରୁ 41 ଡିଗ୍ରୀ ଛୁଇଁବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । 16 ତାରିଖରେ ବଲାଙ୍ଗୀର ,ସୋନପୁର ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି ।

ସେହିପରି ୧୭ ତାରିଖରେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ୟେଲୋ ଓ୍ବାର୍ଣ୍ଣିଂ ବି ଜାରି କରିଛି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.