ETV Bharat / city

ତୃତୀୟ ଲହରକୁ ମୁକାବିଲା ପାଇଁ ରହିଛି ଦୃଢ ବିଶ୍ବାସ; ସ୍ୱାସ୍ଥ୍ୟମନ୍ତ୍ରୀ

author img

By

Published : Jun 18, 2021, 12:53 PM IST

ତୃତୀୟ ଲହର ପ୍ରସ୍ତୁତି ଉପରେ ସ୍ବାସ୍ଥ୍ୟ ମନ୍ତ୍ରୀ ନଵ କିଶୋର ଦାସ ପ୍ରତିକ୍ରିୟା । ଦୃଢ ବିଶ୍ବାସ ରହିଛି ତୃତୀୟ ଲହରକୁ ମୁକାବିଲା କରିପାରିବୁ । ଅଧିକ ପଢନ୍ତୁ...

health minister naba das reaction on covid third wave
ଦୃଢ ବିଶ୍ବାସ ରହିଛି ତୃତୀୟ ଲହରକୁ ମୁକାବିଲା କରିପାରିବୁ ; ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ତୃତୀୟ ଲହର ପ୍ରସ୍ତୁତି ଉପରେ ସ୍ବାସ୍ଥ୍ୟ ମନ୍ତ୍ରୀ ନଵ କିଶୋର ଦାସ ପ୍ରତିକ୍ରିୟା ରଖିଛନ୍ତି। ଏକ ଏସଓପି ମାଧ୍ୟମରେ ସମସ୍ତ ଜିଲ୍ଲାପାଳଙ୍କ ସହ ସିଡିଏମଓ ଓ ସିଡିଏମଓମାନଙ୍କୁ ଜଣାଯାଇଛି । ତୃତୀୟ ଲହରରେ ଶିଶୁମାନେ କିଭଳି ସୁରକ୍ଷିତ ରହିବେ । କିଭଳି ଚିକିତ୍ସା ପାଇପାରିବେ । ଚିକିତ୍ସା ପାଇଁ 2390 ସାଧାରଣ ବେଡ୍ ସହ ଆଇସିୟୁ ବେଡ୍ ମିଶି ମୋଟ ୩୦୦୦ ବେଡ୍ ରହିଛି । ଏହାସହ ଶିଶୁ ମାନଙ୍କ ପରିବାର ଲୋକେ ରହିବା ପାଇଁ ମଧ୍ୟ ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି ।

ଅକ୍ସିଜେନ ଓ ଔଷଧ ମହଜୁଦ ରଖାଯାଇଛି । ଏହାସହ ବିଶେଷଜ୍ଞ କମିଟି ମଧ୍ୟ ରିଭ୍ୟୁ କରୁଛନ୍ତି । ସରକାରଙ୍କ ଦୃଢ ବିଶ୍ବାସ ରହିଛି ତୃତୀୟ ଲହରକୁ ମୁକାବିଲା କରିପାରିବୁ। ଶିଶୁ ମାନଙ୍କ କୋଭିଡ ସମୟରେ ଯତ୍ନ କିଭଳି ନେବେ । ସେନେଇ ସମସ୍ତ ସିଏଚସିମାନଙ୍କରେ ଡାକ୍ତର ନର୍ସ ମାନଙ୍କୁ ଟ୍ରେନିଂ ଦିଆଯାଇଛି ବୋଲି କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ନବଦାସ । ଏହି ସହ ପୂର୍ବରୁ ୨ ଲକ୍ଷ ଲୋକଙ୍କୁ ଟୀକାକରଣ ଲକ୍ଷ ଧାର୍ଯ୍ୟ ହୋଇଥିଲା କିନ୍ତୁ ୨୩ ତାରିଖରୁ ୩ ଲକ୍ଷ ଲୋକଙ୍କୁ ଟୀକାକରଣ କରାଯିବା ନେଇ ଲକ୍ଷ ରହିଛି ବୋଲି କହିଛନ୍ତି ନବ ।

ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.