ETV Bharat / city

କୋରୋନା ମୁକାବିଲା ନେଇ ବିଧାନସଭାରେ ଉତ୍ତର ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ - କୋରୋନା ମୁକାବିଲାରେ ବେସରକାରୀ ହସପିଟାଲ ଖର୍ଚ୍ଚ

ବିଧାନସଭାରେ କୋରୋନା ମୁକାବିଲା ନେଇ ଉତ୍ତର ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । କୋରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ଦ୍ବାରା 30ଟି ସରକାରୀ ଓ 33ଟି ବେସରକାରୀ ହସପିଟାଲ ଖୋଲାଯାଇଥିଲା । କୋରୋନା ମୁକାବିଲା ପାଇଁ ବେସରକାରୀ ହସପିଟାଲରେ ରାଜ୍ୟ ସରକାର 479 କୋଟି ଖର୍ଚ୍ଚ କରାଯାଇଥିବା ଦର୍ଶାଇଥିଲାବେଳେ 344 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

Health minister Naba Das answer on covid19 private hospital cost in assembly
କୋରୋନା ମୁକାବିଲାରେ ବିଧାନସଭାରେ ଉତ୍ତର ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ
author img

By

Published : Mar 15, 2021, 4:55 PM IST

ଭୁବନେଶ୍ବର: କୋରୋନାର ମୁକାବିଲା ନେଇ ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ କୋରୋନା ଖର୍ଚ୍ଚ ଉପରେ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର କୋରୋନା ମୁକାବିଲାରେ କେଉଁ ଭଳି ଭାବରେ ଅର୍ଥ ଖର୍ଚ୍ଚ କରିଛନ୍ତି ସେ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଉତ୍ତର ରଖିଛନ୍ତି ।

ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉତ୍ତର ଦେଇଛନ୍ତି ଯେ ରାଜ୍ୟରେ କୋରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ଦ୍ବାରା 30 ଟି ସରକାରୀ ଓ 33 ଟି ବେସରକାରୀ ହସପିଟାଲ ଖୋଲାଯାଇଥିଲା । ରାଜ୍ୟରେ କୋରୋନା ମୁକାବିଲାରେ 33 ବେସରକାରୀ ହସପିଟାଲରେ ମୋଟ 4,79,90,44,893 ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଇଛନ୍ତି । ସେଥିମଧ୍ୟରୁ 3,44,55,54,662 ଟଙ୍କା ବେସରରକାରୀ ହସପିଟାଲକୁ ପ୍ରଦାନ କରିଥିବା ସ୍ବାସ୍ଥ୍ୟମନ୍ତ୍ରୀ ଉତ୍ତର ଦେଇଛନ୍ତି । ବକେୟା ରାଶି ପ୍ରଦାନ କରାଯାଇନଥିବା ତଥ୍ୟ ପ୍ରଦାନ କରିଛନ୍ତି ।

ସେହିପରି ରାଜ୍ୟରେ 13 ଫେବୃୟାରୀ 2021 ସୁଦ୍ଧା ମୋଟ 8023978 ଲୋକଙ୍କର କୋଭିଡ ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ 1697234 ଟି RT-PCR ଟେଷ୍ଟ ହୋଇଥବାବେଳେ 6299761 ଆଣ୍ଟିଜେନ ଟେଷ୍ଟ କରାଯାଇଛି । ରାଜ୍ୟରେ ଫେବୃୟାରୀ 2021 ସୁଦ୍ଧା 336174 ଲୋକ କୋରୋନାରୁ ସୁସ୍ଥ ହୋଇଛନ୍ତି ଏବଂ 1910 ଜଣ ଲୋକ କୋରୋନାରେ ମୃତ୍ୟୁବରଣ କରିଥିବା ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.