ETV Bharat / city

ANM ଆନ୍ଦୋଳନକୁ ନେଇ ଉତ୍ତର ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ

କୋରୋନା ସମୟରେ ନିଯୁକ୍ତି ପାଇ ଗତ ଡିସେମ୍ବର ଶେଷରେ ଛଟେଇ ହୋଇଥିବା ଏଏନଏମ ତଥା ପାରାମେଡିକାଲ ଷ୍ଟାଫଙ୍କ ବିଷୟରେ ବିଧାନସଭାରେ ଉତ୍ତର ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

Health minister Naba das
ANM ଆନ୍ଦୋଳନକୁ ନେଇ ଉତ୍ତର ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ
author img

By

Published : Feb 26, 2021, 7:55 PM IST

ଭୁବନେଶ୍ବର: ଏଏନଏମ ଆନ୍ଦୋଳନକୁ ନେଇ ଉତ୍ତର ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । କୋରୋନା ସମୟରେ ନିଯୁକ୍ତି ପାଇ ଗତ ଡିସେମ୍ବର ଶେଷରେ ଛଟେଇ ହୋଇଥିବା ଏଏନଏମ ତଥା ପାରାମେଡିକାଲ କର୍ମଚାରୀଙ୍କ ବିଷୟରେ ବିଧାନସଭାରେ ଉତ୍ତର ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ।

ରାଜ୍ୟରେ କୋରୋନା ମହାମାରୀର ପ୍ରକୋପ ବୃଦ୍ଧି ହୋଇଥିବାବେଳେ ନିଯୁକ୍ତି ପାଇଥିବା ଏଏନଏମ ତଥା ପାରା ମେଡିକାଲ ଷ୍ଟାଫ ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ମହାମାରୀ କୋରୋନା ସମୟରେ ସରକାର ବିଭିନ୍ନ କୋଭିଡ ହସପିଟାଲ ଓ କୋଭିଡ କେୟାର ହସପିଟାଲରେ ପାରାମେଡିକାଲ ଷ୍ଟାପଙ୍କୁ ଜରୁରୀକାଳିନ ଭାବରେ ନିଯୁକ୍ତି କରିଥିଲେ । ଏହା ସରକାରଙ୍କ ନିଯୁକ୍ତି ପ୍ରକ୍ରିୟାରେ ହୋଇନାହିଁ କେବଳ ସାକ୍ଷାତକାର ମାଧ୍ୟମରେ ନିଯୁକ୍ତି ଦିଆଯାଇଥିଲା । ଏହା ଅସ୍ଥାୟୀ ଭାବରେ ନିଯୁକ୍ତି କରାଯାଇଥିଲା ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ସରକାର କହିଛନ୍ତି ଆଗାମୀ ଦିନରେ ରାଜ୍ୟର ସ୍ବାସ୍ଥ୍ୟ ବିଭାଗର ଖାଲିଥିବା ପଦବୀ ଗୁଡିକ ସରକାରୀ ପ୍ରକ୍ରିୟା ମାଧ୍ୟମରେ ପୂରଣ କରିବ ବୋଲି କହିଛନ୍ତି ।

ସୂଚନାଥାଉକି କୋରୋନା ମହାମାରୀ ସମୟରେ ରାଜ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ପାରାମେଡିକାଲ ଷ୍ଟାଫ ତଥା ନର୍ସ ମାନଙ୍କୁ ସରକାର ଛଟେଇ କରିଥିଲେ । ଏହା ପରେ ରାଜଧାନୀରେ ରାଜରାସ୍ତାରେ ଦୀର୍ଘ ଦିନ ହେବ ଏଏନଏମ ତଥା ପାରାମେଡିକାଲ ଷ୍ଟାଫ ପୁନଃ ନିଯୁକ୍ତି ଦାବିରେ ଜୋରଦାର ଆନ୍ଦୋଳନ ଜାରୀ ରଖିଛନ୍ତି । ଏହାକୁ ନେଇ ଛୋଟେଇ ହୋଇଥିବା ପାରାମେଡିକାଲ ଷ୍ଟାଫମାନେ ହାଇକୋର୍ଟ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ସରକାରୀ ନିୟମ ଅନୁଯାୟୀ ପୂରଣ ହେବାକୁ ଥିବା ସ୍ବାସ୍ଥ୍ୟବିଭାଗର ପଦବୀରେ ଆଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଆଯିବା ନେଇ କୁହାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.