ETV Bharat / city

'ନୂଆ ଭାରିଆଣ୍ଟକୁ ନେଇ ଆତଙ୍କିତ ହେବାର ଆବଶ୍ୟକ ନାହିଁ' - ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ମହାରାଷ୍ଟ୍ରରେ କୋରୋନାର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ତେବେ ଏହି ଭାରିଆଣ୍ଟକୁ ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ...

'ନୂଆ ଭ୍ୟାରିଆଣ୍ଟକୁ ନେଇ ଆତଙ୍କିତ ହେବାର ଆବଶ୍ୟକ ନାହିଁ'

author img

By

Published : Oct 21, 2021, 1:49 PM IST

ଭୁବନେଶ୍ବର: ଦେଶରେ ଏକ ନୂଆ ମ୍ୟୁଟାଣ୍ଟ ଚିହ୍ନଟ ହୋଇଛି । ତେବେ ଏହାର କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡିଛି ଯେ ଏହା ଆଉ ପୁନଶ୍ଚ ସଂକ୍ରମଣ ହେଉନାହିଁ । ତେଣୁ ଏହାକୁ ନେଇ ଚିନ୍ତିତ ହେବାର ନାହିଁ । ILS ମଧ୍ୟ ଏନେଇ ରାଜ୍ୟ ସରକାରଙ୍କୁ କିଛି ସତର୍କ କରାଇନି । ତେଣୁ ଏହି ଭାରିଆଣ୍ଟକୁ ନେଇ ଆତଙ୍କିତ ହେବାର କାରଣ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

'ନୂଆ ଭ୍ୟାରିଆଣ୍ଟକୁ ନେଇ ଆତଙ୍କିତ ହେବାର ଆବଶ୍ୟକ ନାହିଁ'

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କହିଛନ୍ତି ଯେ ଯଦି ପାର୍ବଣ ବେଳେ ସଂକ୍ରମଣ ବଢ଼ିବ, ତାହା 7ରୁ 10 ଦିନ ଭିତରେ ଜଣାପଡ଼ିବ । କିନ୍ତୁ ପାର୍ବଣରେ କୋରୋନା ବଢିନାହିଁ । ଏବେ ଏବେ ପାର୍ବଣ ସରିଛି । କିନ୍ତୁ ଭିଡ଼ ସମୟ ଏବେ ବି ଯାଇନି । ଆମକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ହେବ । ରାଜ୍ୟରେ ସବୁ କିଛି ଚାଲିବା ମଧ୍ୟରେ ଆମକୁ କୋଭିଡ଼ ସଂକ୍ରମଣ କମାଇବାକୁ ଚେଷ୍ଟା କରିବା ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଖୋର୍ଦ୍ଧାକୁ ନେଇ ଆମେ ଚିନ୍ତିତ ଥିଲୁ, ତେବେ ଏବେ ଏଠି ୨୦୦ରୁ ୨୫୦ ଭିତରେ ରହୁଛି । ତେଣୁ କୋରୋନା ସମ୍ପୂର୍ଣ୍ଣ ଯାଇନି । ତେବେ ତୃତୀୟ ଲହର ଆସିବନି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ସେମାନେ କହିଛନ୍ତି ଯେ ଏବେ ଆମେ ଏଣ୍ଡାମିକ ଷ୍ଟେଜରେ ଅଛନ୍ତି । ଯଦି ଲୋକମାନେ କୋଭିଡ ଅନୁରୂପ ନିୟମ ମାନିଲେ ଆମେ ତୃତୀୟ ଲହର ଆଶଙ୍କାକୁ ସମ୍ପୂର୍ଣ୍ଣ ଏଡାଇ ପାରିବା ବୋଲି ସେ କହିଛନ୍ତି ।

ଏହି ନୂଆ ଭାରିଆଣ୍ଟ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି । ଏହାର କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡିଛି ଯେ ଏହା ଆଉ ପୁନଶ୍ଚ ସଂକ୍ରମଣ କରାଉନାହିଁ । ତେଣୁ ଏହାକୁ ନେଇ ଚିନ୍ତିତ ହେବାର ନାହିଁ । ILS ମଧ୍ୟ ଏନେଇ ରାଜ୍ୟ ସରକାରଙ୍କୁ କିଛି ସତର୍କ କରାଇନି । ତେଣୁ ଏହି ଭାରିଆଣ୍ଟକୁ ନେଇ ଆତଙ୍କିତ ହେବାର କାରଣ ନାହିଁ । ତଥାପି ଆମକୁ ଆଉ 7-8 ଦିନ ଜଗିବାକୁ ହେବ । ଟୀକାକରଣ କୋଭିଡ ଲଢେଇରେ ଏକ ବଡ଼ ଅସ୍ତ୍ର । ତେଣୁ ସବୁ ଲୋକଙ୍କୁ ଟୀକାକରଣ ଲାଗି ପ୍ରଚେଷ୍ଟା କରାଯାଉଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.