ETV Bharat / city

ସୋସିଆଲ ମିଡିଆରେ ହେବ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ - କଟକ ଶିଶୁଭବନ

ସୋସିଆଲ ମିଡିଆର ଲୋକପ୍ରିୟତା ଦିନକୁ ଦିନ ବଢୁଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଆରମ୍ଭ କରିଛି ଏକ ସୁନ୍ଦର ପ୍ରୟାସ । ସୋସିଆଲ ମିଡିଆ ମାଧ୍ୟମରେ ସମାଧାନ ହେବ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 1, 2019, 2:46 AM IST

କଟକ: ସୋସିଆଲ ମିଡିଆ ମାଧ୍ୟମରେ ସମସ୍ୟାର ସମାଧାନ କରିବ ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ 5T ଉପରେ ଗୁରୁତ୍ବ ଦେଇ କିଛି ସ୍ବାସ୍ଥ୍ୟାନୁଷ୍ଠାନକୁ ସୋସିଆଲ ମିଡିଆ ସହ ଯୋଡାଯାଇଛି । ଯାହାଦ୍ବାରା ସାଧାରଣ ଲୋକେ ସବୁ ସମୟରେ ପାଇବେ ସରକାରୀ ସୁବିଧା ।

ସାଧାରଣ ଜନତା ସୋସିଆଲ ମିଡିଆ ଜରିଆରେ ସ୍ବାସ୍ଥ୍ୟ ସୁବିଧା ସହଜରେ ପାଇପାରିବେ । ତେବେ ପ୍ରଥମ ପର୍ଯ୍ୟାୟରେ ଯୋଡାଯାଇଥିବା ପାଞ୍ଚୋଟି ହସ୍ପିଟାଲ ହେଲେ ଏସସିବି ମେଡିକାଲ, କ୍ୟାପିଟାଲ ହସ୍ପିଟାଲ, ରକ୍ତ ସୁରକ୍ଷା ନିର୍ଦ୍ଦେଶାଳୟ, କଟକ ଶିଶୁଭବନ ଓ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ।

ହସ୍ପିଟାଲ ଟ୍ବିଟର ଫେସବୁକ
କଟକ ଏସସିବି ମେଡିକାଲ @Scbmchctc https:www.facebook.com/SCBMCHCTC
କ୍ୟାପିଟାଲ ହସ୍ପିଟାଲ @CapitalHospita4 https:www.facebook.com/capitalhospital.bhubaneswar/
ରକ୍ତ ସୁରକ୍ଷା ନିର୍ଦ୍ଦେଶାଳୟ @OdishaSbtc https:www.facebook.com/odishabloodsafety/
କଟକ ଶିଶୁଭବନ @svppgip https:www.facebook.com/sishubhawanctc/
ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର @AcharyaCancer https:www.facebook.com/ahrcccuttack/

ତେବେ ଏହି ସବୁ ସଂସ୍ଥାର ଟ୍ବିଟର ଓ ଫେସବୁକ ଆକାଉଣ୍ଟକୁ ଯେକୌଣସି ସାଧାରଣ ନାଗରିକ ବ୍ୟବହାର କରି ନିଜ ସ୍ବାସ୍ଥ୍ୟ ସମସ୍ୟା ଜଣାଇପାରିବେ । ବୁର୍ଲା ସ୍ଥିତ ଭୀମସାର ଓ ବ୍ରହ୍ମପୁରର ଏମସିଜି ମେଜିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ସୋସିଆଲ ମିଡିଆ ଆକାଉଣ୍ଟ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ଠାରୁ କୌଣସି ଆପତ୍ତି ଅଭିଯୋଗ ପାଇବା ମାତ୍ରେ ତୁରନ୍ତ ସମାଧାନ ସହ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅବଗତ କରିବାକୁ ବିଭାଗକୁ କୁହାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଟୁଇଟର ଓ ଫେସବୁକ ମାଧ୍ୟମରେ ସମସ୍ୟାର ସମାଧାନ କରିବ ସ୍ଵାସ୍ଥ୍ୟ ବିଭାଗ ।
ସ୍ଵାସ୍ଥ୍ୟ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ 5t ଉପରେ ଗୁରୁତ୍ୱ ଦେବା ସହ କେତେକ ସ୍ଵସ୍ଥ୍ୟ ପ୍ରତିଷ୍ଠାନ କୁ ସୋସିଆଲ ମିଡ଼ିଆ ,ତଥା ଫେସବୁକ ଓ ଟୁଇଟର ଭଳି ସୋସିଆଲ ମିଡ଼ିଆ ସହ ଯୋଡା ଯାଇଛି ।Body:ସଧାରଣ ଜନତା ଏହି ସୋସିଆଲ ମିଡ଼ିଆ ସହାୟତା ରେ ସରକାରୀ ସୁବିଧା ସହଜରେ ପାଇ ପାରିବେ ।
ଏହି ପର୍ଯ୍ୟାୟରେ କଟକ ସ୍ତିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲକଲେଜ,ଭୁବନେଶ୍ୱର ର କ୍ୟାପିଟାଲ ହସ୍ପିଟାଲ ,ରକ୍ତ ସୁରକ୍ଷା ନିର୍ଦ୍ଦେଶାଳୟ ,କଟକ ଶିଶୁଭବନ ,ଆଚାର୍ଯ୍ୟ ହରିହର କର୍କଟ ଗଭେଷଣା କେନ୍ଦ୍ର ,ସୋସିଆଲ ମିଡିଆରେ ଯୋଡା ଯାଇଛି ।ଏହି ସବୁ ସଂସ୍ଥା ର ଟୁଇଟର ଓ ଫେସବୁକ ଏକାଉଣ୍ଟ କୈଣସି ସାଧାରଣ ନାଗରିକ ବ୍ୟବହାର କରା ସହିତ ମାନଙ୍କ ଆପତ୍ତି ଅଭିଯୋଗ ଜଣାଇପାରିବେ ।

Conclusion:କଟକ ଏସିବି ମେଡିକାଲ ର ଟୁଇଟର ଠିକଣା @Scbmchctc ରହିଥିବା ବେଳେ ଫେସବୁକ ଠିକଣା hhtps:www.facebook.com/SCBMCHCTC ରହିଛି ସେହିପରି କ୍ୟାପିଟାଲ ହସ୍ପିଟାଲ ର ଟୁଇଟର ଠିକଣା @CapitalHospita4 ଫେସବୁକ ଆକାଉଣ୍ଟ ଠିକଣା hhtps:www.facebook.com/capitalhospital.bhubaneswer/ ରହିଛି ସେହିପରି ରକ୍ତ ସୁରକ୍ଷା ନିର୍ଦେଶାଳୟ ଓ କଟକ ଶିଶୁଭବନ ଓ ଆଚାର୍ଯ୍ୟ କର୍କଟ ଗଭେଷଣା କେନ୍ଦ୍ର ରେ ମଧ ଫେସବୁକ ଓ ଟୁଇଟର ଏକାଉଣ୍ଟ ଖୋଲାଯାଇଛି।ବୁର୍ଲା ସ୍ତିତ ଭିମସାର ଓ ବ୍ରହ୍ମପୁର ଏମସିଜି ମେଡିକାଲ କଲେଜ କତୃପକ୍ଷଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ତୁରନ୍ତ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.