ETV Bharat / city

‘ଡିସେମ୍ବର ଶେଷ ସୁଦ୍ଧା ୧୦୦% ପ୍ରଥମ ଡୋଜ ଟୀକାକରଣ ଲକ୍ଷ୍ୟ’

author img

By

Published : Sep 29, 2021, 12:50 PM IST

ରାଜ୍ୟରେ ଟୀକାକରଣ ଜାରି ରହିଥିବା ବେଳେ ଡିସେମ୍ବର ଶେଷ ସୁଦ୍ଧା ପ୍ରଥମ ଡୋଜ ଶତ ପ୍ରତିଶତ ଟୀକାକରଣ କରାଯିବା ନେଇ ରାଜ୍ୟ ଲକ୍ଷ୍ୟ ରଖିଛି । ଅଧିକ ପଢନ୍ତୁ...

‘ଡିସେମ୍ବର ଶେଷ ସୁଦ୍ଧା ପ୍ରଥମ ଡୋଜ ଶତ ପ୍ରତିଶତ ଟୀକାକରଣ ଲକ୍ଷ୍ୟ’

ଭୁବନେଶ୍ବର: ମହାମାରୀ ବିରୋଧରେ କ୍ୟାମ୍ପେନ ମୋଡରେ ଚାଲିଛି ଟୀକାକରଣ । ହାରିବ କୋରୋନା, ଜିତିବ ଜୀବନ ଲକ୍ଷ୍ୟ ନେଇ ଦେଶରେ ଗତ ଜାନୁଆରୀ ମାସରୁ ଟୀକାକରଣ ଜାରି ରହିଛି । ଏ ମଧ୍ୟରେ ମଙ୍ଗଳବାର ସୁଦ୍ଧା ରାଜ୍ୟରେ ୩ କୋଟି ଡୋଜ ଟୀକାରଣ କରି ମାଇଲଖୁଣ୍ଟ ସ୍ଥାପନ କରିଛି ରାଜ୍ୟ । ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ପ୍ରଥମ ଡୋଜ ଶତ ପ୍ରତିଶତ ଟୀକାକରଣ କରାଯିବା ନେଇ ରାଜ୍ୟ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେ ଆହୁରି କହିଛନ୍ତି କି, ବର୍ତ୍ତମାନ ରାଜ୍ୟରେ ୧୭ ଲକ୍ଷ ଟିକା ମହଜୁଦ ରହିଛି । ସେଥିରୁ 1277890 କୋଭିସିଲ୍ଡ ଟିକା ଥିବାବେଳେ 427845 କୋଭାକ୍ସିନ ଟିକା ରହିଛି । ଆଗକୁ ୭୦ ଲକ୍ଷ ଟିକା ଓଡିଶାକୁ ମିଳିବାର ଅଛି । ବର୍ତ୍ତମାନ ସୁଦ୍ଧା ପ୍ରଥମ ଡୋଜ ୭୦ ପ୍ରତିଶତ ଅର୍ଥାତ୍‌ 21841081ଲୋକ ନେଇଥିବା ବେଳେ ଉଭୟ ଡୋଜ 8264906 ଲୋକ ନେଇଛନ୍ତି । ଯାହାକି ୨୭ ପ୍ରତିଶତ ବୋଲି ସୂଚନା ନେଇଛନ୍ତି ବିଜୟ ପାଣିଗ୍ରାହୀ ।

ସୂଚନା ଥାଉକି, ରାଜ୍ୟରେ ୩ କୋଟି ପାର୍ କରିଛି ଟୀକାକରଣ । ଅର୍ଥାତ୍ ବର୍ତ୍ତମାନ ସୁଦ୍ଧା ଲୋକଙ୍କୁ ୩ କୋଟି ଡୋଜ ଦିଆଯାଇଛି । ଟ୍ବିଟ୍ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଭଳି ସଫଳ ପୂର୍ବକ ଟୀକାକରଣ ପାଇଁ ବିଭାଗ ପକ୍ଷରୁ ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ସ୍ବାସ୍ଥ୍ୟକର୍ମୀଙ୍କ ଉଦ୍ୟମ ଏବଂ ଏଥିପ୍ରତି ଲୋକଙ୍କ ସମର୍ଥନ ଯୋଗୁଁ ଟୀକାକରଣ କ୍ଷେତ୍ରରେ ଓଡିଶା ନୂଆ ରେକର୍ଡ ବନାଇଥିବା କହିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.