ETV Bharat / city

Monkeypox: ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ, ଲକ୍ଷଣ ଥିଲେ ଯାଆନ୍ତୁ ଡାକ୍ତରଖାନା

author img

By

Published : Jul 29, 2022, 3:31 PM IST

କୋରୋନା ମହାମାରୀ ସହ ବର୍ତ୍ତମାନ ମଙ୍କିପକ୍ସ ଚିନ୍ତା ବଢାଇଛନ୍ତି । ଦେଶରେ 4ଟି ମାଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ଏହା ପରେ ସ୍ବାସ୍ଥ୍ୟ ବିଭାଗ ସତର୍କତା ଅବଲମ୍ବନ କରିଛନ୍ତି । ରାଜ୍ୟରେ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇନଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ସତର୍କ ରହିଛି । ଅଧିକ ପଢନ୍ତୁ

ମାଙ୍କିପକ୍ସକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: କୋରୋନା ମହାମାରୀ ସହ ବର୍ତ୍ତମାନ ମଙ୍କିପକ୍ସ ଚିନ୍ତା ବଢାଇଛନ୍ତି । ଦେଶରେ 4ଟି ମାଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ଏହା ପରେ ସ୍ବାସ୍ଥ୍ୟ ବିଭାଗ ସତର୍କତା ଅବଲମ୍ବନ କରିଛନ୍ତି । ରାଜ୍ୟରେ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇନଥିଲେ ବି ସ୍ବାସ୍ଥ୍ୟ ବିଭାଗ ସତର୍କ ରହିଛି । ଲକ୍ଷଣ ଦେଖାଦେଲେ ନିକଟସ୍ଥ ଡାକ୍ତରଖାନା ଯିବା ସହ ଆଶାକର୍ମୀ ଏବଂ ANM କର୍ମୀଙ୍କୁ ତୁରନ୍ତ ଖବର ଦେବା ପାଇଁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

ଲକ୍ଷଣ ଥିଲେ ଡାକ୍ତରଖାନା ଯାଆନ୍ତୁ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ମାଙ୍କିପକ୍ସକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ''ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି । ଯେଉଁଠି ଲକ୍ଷଣ ବାହାରୁଛି ନିକଟସ୍ଥ ଡାକ୍ତରଖାନାକୁ ଯାଆନ୍ତୁ । ଆଶାକର୍ମୀ ଏବଂ ଏଏନଏମ କର୍ମୀଙ୍କୁ ତୁରନ୍ତ ଖବର ଦେବା ପାଇଁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ମଙ୍କିଫକ୍ସକୁ ନେଇ ଯେଉଁ ଗାଇଡଲାଇନ୍ ଦିଆଯାଇଛି ତାକୁ ନେଇ ସତର୍କ ରହିବା ଆବଶ୍ୟକ । ଯଦି କୌଣସି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଟେଷ୍ଟ କରି ଆଇସୋଲେସନରେ ରୁହନ୍ତୁ । ଯଦି ଜ୍ଵର ହୋଇ ଗଳାରେ ଗୁଳା ହୁଏ, ହାତ ଓ ଗୋଡରେ ଯଦି ଘା ହୋଇ ଫୋଟକା ହୁଏ ତେବେ ସ୍ୱାସ୍ଥ୍ୟ ବିଭାଗକୁ ଜାଣନ୍ତୁ ।"

ସେ ଆହୁରି କହୁଛନ୍ତି, "ଲକ୍ଷଣ ଆସିଲେ ନିଜକୁ ଆଇସୋଲେଟ କରନ୍ତୁ । ରାଜ୍ୟର ମୁଖ୍ୟ ହସ୍ପିଟାଲମାନଙ୍କରେ ଆଇସୋଲେଟ୍ ବେଡ଼ ରଖାଯାଇଛି । ଯଦି କୌଣସି କାରଣରୁ ଗୁରୁତର ରୋଗୀ ଆସନ୍ତି, ତେବେ ସେମାନଙ୍କ ପାଇଁ ଆଇସିୟୁ ବେଡ଼ ରଖାଯାଇଛି ।" ମଙ୍କିପକ୍ସ ଜଟିଳ ହେଲେ ନିମୋନିଆ ଏବଂ ବ୍ରେନ୍ ଉପରେ ପ୍ରଭାବ ପକାଏ । ଏହାକୁ ଦୃଷ୍ଟିରେ ରଖି ପ୍ରାଥମିକ ଚିକିତ୍ସା ସହ ଆଇସିୟୁର ମ୍ୟାନେଜମେଣ୍ଟ ଆବଶ୍ୟକ ପଡୁଥିବାରୁ ଅଲଗା ପ୍ରସ୍ତୁତ ରଖାଯାଇଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.