ETV Bharat / city

ଅସ୍ତ୍ରୋପଚାର ଲାଗି ଆସୁଥିବା ରୋଗୀଙ୍କ କୋଭିଡ ଟେଷ୍ଟ ଅନାବଶ୍ୟକ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ - ରାଜ୍ୟରେ କମୁଛି ସଂକ୍ରମଣ

ରାଜ୍ୟରେ କୋରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା । ଓଡିଶାରେ ସଂକ୍ରମଣ କମୁଛି । ଯେଉଁମାନେ ହସ୍ପିଟାଲକୁ ଅସ୍ତ୍ରୋପଚାର ଲାଗି ଆସୁଛନ୍ତି, ସେମାନଙ୍କ ଠାରେ କୋଭିଡ ଲକ୍ଷଣ ନଥିଲେ ଟେଷ୍ଟିଂର ଆବଶ୍ୟକ ନାହିଁ । ଅଧିକ ପଢନ୍ତୁ

ଅସ୍ତ୍ରୋପଚାର ରୋଗୀଙ୍କ ଲକ୍ଷଣ ନଥିଲେ କୋଭିଡ ଟେଷ୍ଟ ଅନାବଶ୍ୟକ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Feb 15, 2022, 1:45 PM IST

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ ରହିଛି ସଂକ୍ରମଣ । ବହୁ ଦିନର ବ୍ୟବଧାନ ପରେ ଏବେ ପଜିଟିଭ ମାମଲା ତିନି ଅଙ୍କକୁ ଖସିଛି । କୋରୋନା ସଂକ୍ରମଣ ସଂଖ୍ୟା ଏବଂ ହସ୍ପିଟାଲାଇଜେସନ ରେଟ୍ ଦେଖିଲେ ଓଡିଶାର ସ୍ଥିତି ଭଲ ରହିଛି । ବିପଦ ଜୋନରୁ ରାଜ୍ୟ ଖୁବଶୀଘ୍ର ବାହାରି ଯିବ । ସଂକ୍ରମଣ କମୁଥିବା ଯୋଗୁଁ ଯେଉଁମାନେ ହସ୍ପିଟାଲକୁ ଅସ୍ତ୍ରୋପଚାର ଲାଗି ଆସୁଛନ୍ତି, ସେମାନଙ୍କ ଠାରେ କୋରୋନା ଲକ୍ଷଣ ନଥିଲେ ଟେଷ୍ଟ କରିବାର ଆବଶ୍ୟକ ନାହିଁ । ରାଜ୍ୟରେ କୋରୋନା ସ୍ଥିତି ନେଇ ଏହିଭଳି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଅସ୍ତ୍ରୋପଚାର ରୋଗୀଙ୍କ ଲକ୍ଷଣ ନଥିଲେ କୋଭିଡ ଟେଷ୍ଟ ଅନାବଶ୍ୟକ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଅସ୍ତ୍ରୋପଚାର ରୋଗୀଙ୍କ ଲକ୍ଷଣ ନଥିଲେ କୋଭିଡ ଟେଷ୍ଟ ଅନାବଶ୍ୟକ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

କେନ୍ଦ୍ର ସରକାର ଯେଉଁ ଗାଇଡ଼ଲାଇନ ଜାରି କରିଛନ୍ତି, ତଦନୁଯାୟୀ ଜିଲ୍ଲାଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍ ମୃତ୍ୟୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଆଗକୁ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ହ୍ରାସ ପାଇବ । ବର୍ତ୍ତମାନ ସମୟରେ ପୂର୍ବ ମୃତ୍ୟୁଗୁଡ଼ିକର ଆଡ଼ିଟ୍ କରାଯାଇ ମୃତ୍ୟୁ ସଂଖ୍ୟା ପ୍ରକାଶ ପାଉଛି । ତେଣୁ ଦୈନିକ ମୃତ୍ୟୁସଂଖ୍ୟାକୁ ଦେଖି ଭୟଭୀତ ହେବାର କାରଣ ନାହିଁ । ଯେହେତୁ ରାଜ୍ୟରେ ଏବେ କିଛି ଗମ୍ଭୀର ରୋଗୀ ଅଛନ୍ତି ତେବେ ମୃତ୍ୟୁସଂଖ୍ୟା ଅଧିକ ରହୁଛି ।

ICMR ନିର୍ଦ୍ଦେଶାବଳୀ ଅନୁଯାୟୀ, କୌଣସି ଛୋଟ କିମ୍ବା ପ୍ରମୁଖ ଅସ୍ତ୍ରୋପଚାର ପୂର୍ବରୁ ରୁଟିନ୍ କୋଭିଡ ପରୀକ୍ଷା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଲକ୍ଷଣ ନଥିଲେ ରୋଗୀଙ୍କ ଟେଷ୍ଟ ଅନାବଶ୍ୟକ । ରାଜ୍ୟରେ ସଂକ୍ରମଣ କାମୁଥିବାବେଳେ ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ଟିକା ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରର ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.