ETV Bharat / city

ରାଜ୍ୟରେ ଉପରମୁହାଁ କୋରୋନା ଗ୍ରାଫ, ପ୍ଲାଟୋ ଷ୍ଟେଜକୁ ନ ଆସିଲେ କମିବନି ସଂକ୍ରମଣ

author img

By

Published : Jan 9, 2022, 2:39 PM IST

ରାଜ୍ୟରେ କୋରୋନା ଗ୍ରାଫ ପ୍ଲାଟୋ ଷ୍ଟେଜକୁ ନ ଆସିବା ପର୍ଯ୍ୟନ୍ତ ସଂକ୍ରମଣ କମିବା ସମ୍ପର୍କରେ କୁହାଯାଇପାରିବ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ

ରାଜ୍ୟରେ ଉପରମୁହାଁ କୋରୋନା ଗ୍ରାଫ, ପ୍ଲାଟୋ ଷ୍ଟେଜକୁ ନ ଆସିଲେ କମିବନି ସଂକ୍ରମଣ
ରାଜ୍ୟରେ ଉପରମୁହାଁ କୋରୋନା ଗ୍ରାଫ, ପ୍ଲାଟୋ ଷ୍ଟେଜକୁ ନ ଆସିଲେ କମିବନି ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ ଏବେ ହୁ ହୁ ହୋଇ ବଢି ଚାଲିଛି କୋରୋନା ସଂକ୍ରମଣ । ଫଳରେ କୋରୋନା ଗ୍ରାଫ ଉପରମୁହାଁ ରହିଛି । ଗ୍ରାଫ ପ୍ଲାଟୋ ଷ୍ଟେଜକୁ ନ ଆସିବା ଯାଏଁ ସଂକ୍ରମଣ କେବେ କମିବନି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏହାସହିତ ସମସ୍ତଙ୍କୁ କୋଭିଡ଼ ନିୟମ ମାନିବା ପାଇଁ ସେ ଅନୁରୋଧ କରିଛନ୍ତି ।

ରାଜ୍ୟରେ ଉପରମୁହାଁ କୋରୋନା ଗ୍ରାଫ

ରାଜ୍ୟରେ ଯେଉଁଭଳି ସଂକ୍ରମଣ ବଢୁଛି ସେଇଭଳି ମଧ୍ୟ ଆଗକୁ ବଢ଼ିବ । ଯେପର୍ଯ୍ୟନ୍ତ ପ୍ଲାଟୋ ଷ୍ଟେଜ ନ ଆସିଛି ସେ ପର୍ଯ୍ୟନ୍ତ ସଂକ୍ରମଣ କେବେ କମିବ ଆଶା କରାଯାଇ ପାରିବ ନାହିଁ । ବର୍ତ୍ତମାନ ପ୍ଲାଟୋ ଷ୍ଟେଜ ଆକଳନ କରିବା କଷ୍ଟକର ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । କେବଳ ଜାନୁଆରୀ ମାସର ୮ ଦିନରେ ଚିହ୍ନଟ ହୋଇଛନ୍ତି ୧୫ ହଜାର ୬୧୧ ସଂକ୍ରମିତ । ଗତକାଲି ତୁଳନାରେ ୧୦୩୫ ମାମଲା ବୃଦ୍ଧି ପାଇଛି । ଅନ୍ୟପଟେ ପ୍ରଥମ ଲହରର ପିକ୍‌ ଅତିକ୍ରମ କରିଛି ଆଜିର ସଂକ୍ରମଣ । ପ୍ରଥମ ଲହର ୨୦୨୦ ସେପ୍ଟେମ୍ବର ୨୫ରେ ୪୩୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ରାଜ୍ୟରେ ୪୭୧୪ଟି ମାମଲା ଚିହ୍ନଟ ହୋଇଛି ।

ଖୋର୍ଦ୍ଧା ଓ ସୁନ୍ଦରଗଡ଼ ପରେ ରେଡ଼ ଜୋନକୁ ଯାଇଛି ସମ୍ବଲପୁର ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହାର ୧୧.୯%, ସମ୍ବଲପୁରରେ ୧୦.୯% ଓ ସୁନ୍ଦରଗଡରେ ୧୦.୬% ରହିଛି । ଦେଖନ୍ତୁ ଜାନୁଆରୀ ମାସର କୋଭିଡ ପଜିଟିଭ ରିପୋର୍ଟ:-

ଜାନୁଆରୀ ୧: ୨୯୮

ଜାନୁଆରୀ ୨: ୪୨୪

ଜାନୁଆରୀ ୩: ୪୨୪

ଜାନୁଆରୀ ୪: ୬୮୦

ଜାନୁଆରୀ ୫: ୧୨୧୬

ଜାନୁଆରୀ ୬: ୧୮୯୭

ଜାନୁଆରୀ ୭: ୨୭୦୩

ଜାନୁଆରୀ ୮: ୩୬୭୯

ଜାନୁଆରୀ ୯: ୪୭୧୪

ଅନ୍ୟପଟେ ରାଜ୍ୟରେ ଜାନୁଆରୀ ଶେଷ ସୁଦ୍ଧା କୋରୋନା ସଂକ୍ରମଣ ପିକ୍‌ରେ ରହିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଯଦିଓ ଏବେ ସଂକ୍ରମଣ ବଢୁଛି, କିନ୍ତୁ ରୋଗୀ ଗୁରୁତର ହେଉନାହାନ୍ତି । ଅଧିକ ହସ୍ପିଟାଲ ବେଡ଼ ଦରକାର ମଧ୍ୟ ଆବଶ୍ୟକତା ପଡୁନାହିଁ । ରାଜ୍ୟରେ କେଶ ଲୋଡ଼ ଏବଂ ହସ୍ପିଟାଲିଟି ଉପରେ କମ ପ୍ରଭାବ ପଡୁଛି । ଗୁରୁତର ସଂଖ୍ୟା ବହୁତ କମ ରହୁଛି । ଲୋକମାନେ ସତର୍କ ରହିଲେ ଫେବୃଆରୀ ଶେଷ ସୁଦ୍ଧା ଏହି ସଂକ୍ରମଣକୁ ପାର କରାଯାଇ ପାରିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.