ETV Bharat / city

‘3540 ଗାଁରେ ସରିଛି ଶତପ୍ରତିଶତ ପ୍ରଥମ ଡୋଜ ଟୀକାକରଣ’

author img

By

Published : Oct 18, 2021, 1:49 PM IST

ସହରଠୁ ନେଇ ଗାଁ ସବୁ ସ୍ଥାନରେ ତ୍ବରାନ୍ବିତ ହୋଇଛି ଟୀକାକରଣ । ବର୍ତ୍ତମାନ ସୁଦ୍ଧା ୩୫୪୦ ଗାଁରେ ଶତ ପ୍ରତିଶତ ପ୍ରଥମ ଡୋଜ ଟୀକାକରଣ ହୋଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅଧିକ ପଢନ୍ତୁ....

3540 ଗାଁରେ ଶତପ୍ରତିଶତ ପ୍ରଥମ ଡୋଜ ଟୀକାକରଣ
3540 ଗାଁରେ ଶତପ୍ରତିଶତ ପ୍ରଥମ ଡୋଜ ଟୀକାକରଣ

ଭୁବନେଶ୍ବର: ମହାମାରୀକୁ ମାତ ହେବାକୁ ଦେଶବ୍ୟାପୀ ଜାରି ରହିଛି ଟୀକାକରଣ । ସହରଠୁ ନେଇ ଗାଁ ସବୁ ସ୍ଥାନରେ ତ୍ବରାନ୍ବିତ ହୋଇଛି ଟୀକାକରଣ । ବର୍ତ୍ତମାନ ସୁଦ୍ଧା ୩୫୪୦ ଗାଁରେ ଶତ ପ୍ରତିଶତ ପ୍ରଥମ ଡୋଜ ଟୀକାକରଣ ହୋଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ବର୍ତ୍ତମାନ ସୁଦ୍ଧା ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟିକା ନେଇଛନ୍ତି ।

3540 ଗାଁରେ ଶତପ୍ରତିଶତ ପ୍ରଥମ ଡୋଜ ଟୀକାକରଣ

୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ ପ୍ରଥମ ଡୋଜ ଟିକା ନେଇଥିବାବେଳେ ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରାୟ ୭୮ ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇଛନ୍ତି । ଦ୍ବିତୀୟ ଡୋଜ ଟିକା ନେଇଛନ୍ତି ୯୯ଲକ୍ଷ ୨୨ ହଜାର ୮୪୫ଜଣ । ଆଜି ଦ୍ବିତୀୟ ଡୋଜ ଟୀକାକରଣ ୧ କୋଟିରେ ପହଞ୍ଚିବ । ରାଜ୍ୟରେ ୩୨ ପ୍ରତିଶତ ଲୋକ ଉଭୟ ଡୋଜ ଟିକା ନେଇ ସାରିଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ବର୍ତ୍ତମାନ ୨୫ ଲକ୍ଷ ୬୨ହଜାର ୯୧୦ ଡୋଜ ଟିକା ଉପଲବ୍ଧ ଅଛି । ଦ୍ବିତୀୟ ଡୋଜ ନେବାକୁ ୨୪ ଲକ୍ଷ ଲୋକ ବାକି ଅଛନ୍ତି । ବ୍ରହ୍ମପୁର ଓ ଭୁବନେଶ୍ବର ମୁନିସିପାଲଟି ସହ ରିଆମାଲ, ଟିକାବାଲି,ରାଇକିଆ,ଜି ଉଦୟଗିରି, ବେଳଗୁଣ୍ଠା ବ୍ଲକରେ ପ୍ରଥମ ଡୋଜ ଶତପ୍ରତିଶତ ସଫଳ ହୋଇଛି ଟିକାକରଣ । ୩୫୪୦ ଗାଁରେ ବି ଶତପ୍ରତିଶତ ପ୍ରଥମ ଡୋଜ ଟୀକାକରଣ ହୋଇଛି । ଦ୍ବିତୀୟ ଡୋଜ ଟିକା ନେଇଥିବା ହିତାଧିକାରୀ ଖୁବଶୀଘ୍ର ଟିକା ନେବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଯେଉଁମାନେ ଟୀକାକରଣ କେନ୍ଦ୍ରକୁ ଆସିବାକୁ ସମ୍ପୂର୍ଣ୍ଣ ଅସମର୍ଥ ସେମାନଙ୍କୁ ଘରେ ଟିକା ଦିଆଯିବା କାର୍ଯ୍ୟ ଜାରି ରହିଛି ।

ଭୁବନେଶ୍ବରୁର ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.