ETV Bharat / city

ଅନ୍ଧାରୁଆରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣା: ପରିଚୟ ଦେଲେ ମିଳିବ 50 ହଜାର - ଭୁବନେଶ୍ୱରରେ ପୋଷ୍ଟର ଲାଗିବା ଖବର

ଭୁବନେଶ୍ୱର ଅନ୍ଧାରୁଆରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣାରେ କମିଶନରେଟ ପୋଲିସର ଛାନଭିନ୍ ଆରମ୍ଭ । ମୃତ ମହିଳାଙ୍କ ପରିଚୟ ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଲା ପୋଲିସ । ଅଧିକ ପଢନ୍ତୁ...

ଅନ୍ଧାରୁଆରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣା: ପୋଷ୍ଟର ଲଗାଇଲା ପୋଲିସ

author img

By

Published : Feb 6, 2021, 4:13 PM IST

Updated : Feb 6, 2021, 6:42 PM IST

ଭୁବନେଶ୍ୱର: ଅନ୍ଧାରୁଆରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଜାରିକଲା ପୋଲିସ । କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ମହିଳାଙ୍କୁ ଚିହ୍ନଟ ପାଇଁ ପୋଷ୍ଟର ଲଗାଯାଇଛି । ଏଥିସହ ପୋଷ୍ଟରରେ ପୋଲିସ ମୃତ ମହିଳାଙ୍କ ବସ୍ତ୍ର, ହାତରେ ଥିବା ଟାଟୁ ଏବଂ ଅନ୍ୟାନ୍ୟ ସୂଚନାକୁ ଉଲ୍ଲେଖ କରିଛି । ଯେଉଁ ବ୍ୟକ୍ତି ମହିଳାଙ୍କ ପରିଚୟ ଦେବେ ତାଙ୍କୁ 50 ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

ଅନ୍ଧାରୁଆରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣା: ପୋଷ୍ଟର ଲଗାଇଲା ପୋଲିସ
ଅନ୍ଧାରୁଆରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣା: ପୋଷ୍ଟର ଲଗାଇଲା ପୋଲିସ
ତେବେ ଅନ୍ଧାରୁଆ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ମଳିବା ଘଟଣା ବର୍ତ୍ତମାନ ବି ରହସ୍ୟ ଘେରରେ ରହିଛି । ଆଜି(ଶନିବାର) ମହିଳାଙ୍କ ପରିଚୟ ଖୋଜିବାକୁ କମିଶନରେଟ ପୋଲିସ ପୋଷ୍ଟର ଜାରିକରି ଥିବାବେଳେ ମହିଳାଙ୍କୁ କେହି ତଣ୍ଟିଚିପି ପରେ ମୁଣ୍ଡକାଟି ହତ୍ୟା କରିଥିବା ପୋଷ୍ଟମଟମ୍ ରିପୋର୍ଟରୁ ଜଣାପଡିଛି । ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ୪ଟି ପୋଲିସ ଟିମ ଓ ଫରେନସିକ ଟିମ ଛାନଭିନ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତଦେହର ମୁଣ୍ଡ ମିଳି ପାରିନାହିଁ ।

ସେପଟେ ପୋଲିସ ମୃତଦେହ ନିକଟରୁ ସଂଗ୍ରହ କରିଥିବା ପ୍ରମାଣକୁ ନେଇ ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ଉଚ୍ଚତା, ବୟସକୁ ନେଇ ରାଜ୍ୟର ସମସ୍ତ ଥାନାକୁ ସୂଚିତ କରାଯିବା ସହ ମହିଳାଙ୍କ ବସ୍ତ୍ର, ହାତରେ ଥିବା ଟାଟୁ ଓ ଅନ୍ୟାନ୍ୟ ସୂଚନାକୁ ନେଇ ରାଜଧାନୀର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି । ମୃତଦେହର ପରିଚୟ ପାଇବା ପାଇଁ ସମସ୍ତ ପ୍ରକାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି କମିଶନରେଟ ପୋଲିସ ।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Feb 6, 2021, 6:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.