ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ଆଇନଶୃଙ୍ଖଳା ପରିସ୍ଥିତି । ପରସ୍ପରକୁ ଆକ୍ରମଣ କରି ଲହୁ ଲୁହାଣ ହେବା ସହ ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପୋଲିସକୁ ଆକ୍ରମଣ କରିବା ଘଟଣାରେ ଆକ୍ରମଣ କରିଥିବା ୬କିନ୍ନରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ସେପଟେ ରାଜଧାନୀରେ ଆବସ୍ଥିତ ମହେଶ୍ବର ମୁଣ୍ଡାସାହିରେ ଆତଙ୍କରାଜ ଘଟଣାରେ ୨୦ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ । ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଉଥିବା ନେଇ ପୋଲିସ ସୂଚନା ଦେଇଛି । ତେବେ ପୋଲିସ ଏହି ଆକ୍ରମଣ ଘଟଣାରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ