ETV Bharat / city

ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନିନ୍ଦା କଲେ ଉଭୟ କଂଗ୍ରେସ ଓ ବିଜେପି

author img

By

Published : Mar 28, 2021, 8:15 PM IST

ରାଜ୍ୟରେ ଘରୋଇ ଉପଭୋକ୍ତାଙ୍କ ବିଜୁଳି ଦର ବଢିବା ପରେ ପ୍ରତିବାଦର ସ୍ବର ଉଠାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ଅଧିକ ପଢନ୍ତୁ...

ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନିନ୍ଦା କଲେ ଉଭୟ କଂଗ୍ରେସ ଓ ବିଜେପି
ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନିନ୍ଦା କଲେ ଉଭୟ କଂଗ୍ରେସ ଓ ବିଜେପି

ଭୁବନେଶ୍ବର: ରାଜ୍ୟରେ ଘରୋଇ ଉପଭୋକ୍ତାଙ୍କ ବିଜୁଳି ଦର ବଢିବା ପରେ ପ୍ରତିବାଦର ସ୍ବର ସୃଷ୍ଟି ହୋଇଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ମହଲରେ ଏହାକୁ ଦୃଢ଼ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି । ଉଭୟ କଂଗ୍ରେସ ଓ ବିଜେପି ମଧ୍ୟ ଏହାକୁ ବିରୋଧ କରିଛନ୍ତି ।

ବିଜେପି ଏହାକୁ ନିନ୍ଦା କରିଥିବାବେଳେ ପିସିସି ସଭାପତି ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ରାଜ୍ୟ ସରକାରଙ୍କ ଅପାରଗତା ଲୁଚାଇବାକୁ ଯାଇ ସାଧାରଣ ଲୋକଙ୍କ ଉପରେ ବୋଝ ଲଦିଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ବଡ ବଡ ଶିଳ୍ପ ଉପରେ କୋଟି କୋଟି ଟଙ୍କା ବକେୟା କରିଥିବାବେଳେ ସରକାର ଲାଭରେ ଥାଇ ମଧ୍ୟରେ ଦର ବୃଦ୍ଧି କରିବା ଠିକ ନୁହେଁ । ବିଶେଷକରି କରୋନା କାଳରେ ଯେଉଁଭଳି ଜୀବନ ଜୀବିକା ପ୍ରଭାବିତ ହୋଇଛି ତା ଉପରେ ବିଜୁଳି ଦର ବୃଦ୍ଧି ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ସୂଚନା ଥାଉ କି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ଘୋଷଣା କରିଛନ୍ତି ଓଇଆରସି। ଗତ ବର୍ଷ ଅକ୍ଟୋବର ମାସରେ ଓଇଆରସି ୟୁନିଟ ପିଛା ୨୦ ପଇସା ବୃଦ୍ଧି କରିଥିଲା। ପୁଣି ଥରେ ବିଜୁଳି ଦର ୩୦.ପଇସା ବୃଦ୍ଧି ହୋଇଛି। ଅର୍ଥାତ ୭ ମାସ ମଧ୍ୟରେ ୫୦ ପଇସା ବୃଦ୍ଧି କରାଯାଇଛି । ଘରୋଇ ଉପଭୋକ୍ତାଙ୍କ ପାଇଁ ୟୁନିଟ ପିଛା ୩୦ ପଇସା ବଢିଛି, ବିପିଏଲ ଓ ଜଳସେଚିତ ଗ୍ରାହକଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି । ଗତବର୍ଷ ତୁଳନାରେ ଦର ୫.୬୦ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ବିତରଣ ଦର ୨୫ ପଇସାରୁ ୨୮ ପଇସାକୁ ବୃଦ୍ଧି ପାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.