ଭୁବନେଶ୍ବର: ରାଜ୍ୟର ମହିଳାଙ୍କ ପାଇଁ ଅଣ୍ଟା ଭିଡିଛି ଏଚଡିଏଫସି। ଏଥିପାଇଁ ମିଶନ ଶକ୍ତି ଜରିଆରେ ବିଭିନ୍ନ ଏସଏଚଜି ଗ୍ରୁପକୁ ଦେଇଛନ୍ତି ଫାଇନାସିଆଲ ସପୋର୍ଟ। ଏହାର କ୍ରମରେ ରାଜ୍ୟର ୫୫୦ ରୁ ଉର୍ଦ୍ଧ ଗ୍ରୁପକୁ ଦେଇସାରିଲେଣି ୧୦ କୋଟିର ଫାଇନାନ୍ସ ସପୋର୍ଟ ଫଳରେ ଅନେକ ଗ୍ରୁପ ନିଜର ବିକାଶ ଦିଗରେ ଅଗ୍ରସର ହେବା ସହ ରୋଜଗାରର ନୂଆ ପନ୍ଥା ଓ ସ୍ବାବଲମ୍ବୀର ସ୍ବାଦ ଚାଖିଲେଣି ।
ସେମାନଙ୍କୁ ଦେଖିଲେ ବେଶ୍ ଖୁସି ଅନୁଭବ ହୁଏ ବୋଲି କହିଛନ୍ତି ଏଚଡିଏଫସିର କ୍ଲଷ୍ଟର ମୁଖ୍ୟ ଅନନ୍ତ ପଟ୍ଟନାୟକ। ତେବେ ଅନ୍ତର୍ଜାତିୟ ମହିଳା ଦିବସ ଅବସରରେ ସେହି ମହିଳା ମାନଙ୍କ ନିମନ୍ତେ ଆୟୋଜିତ ହୋଇଥିଲା ଏଚଡିଏଫସି ଉନ୍ନତି କନକ୍ଲେଭ। ଏଥିରେ ଅଂଶଗ୍ରହଣ କରିଥିଲେ ଅତିରିକ୍ତ ପୋଲିସ କମିସନର ଆଇପିଏସ ରେଖା ଲୋହାନି, ମଦର ପବ୍ଲିକ ସ୍କୁଲର ଅଧ୍ୟକ୍ଷା ପଲି ପଟ୍ଟନାୟକ, ପରି ଅଶ୍ବିନୀ ହସ୍ପିଟାର ଅଧ୍ୟକ୍ଷା ମାୟା ଗନ୍ତାୟତ ଏବଂ ସମ୍ବାଦ ଗ୍ରୁପର ଏମଡି ମୋନିକା ନାୟର ପଟନାୟକ।
ଅତିଥିମାନେ କନକ୍ଲେଭରେ ଉପସ୍ଥିତ ମହିଳାଙ୍କୁ ସଫଳତାର ଉଚ୍ଚରେ ପହଞ୍ଚିବାର ରାହା ଦେଖିଇବା ସହ କିପରି ସେମାନେ ସେହି ସ୍ଥାନରେ ପହଞ୍ଚିଛନ୍ତି ତାହାର ଦିଗଦର୍ଶନ ଦେଖାଇଥିଲେ। ଏହି ଅବସରରେ କୋଭିଡ଼ ସମୟରେ ଭୟକୁ ଖାତିର ନକରି କାମ କରି ଚାଲିଥିବା ନର୍ସ, ଟ୍ରାଫିକ ମହିଳା କର୍ମଚାରୀ, ବିଭିନ୍ନ ଗ୍ରୁପର ମହିଳାଙ୍କୁ ସମ୍ମାନିତ କରିଥିଲେ ।
ଏହି ଅବସରରେ ଆଇପିଏସ ରେଖା ଲୋହାନି କହିଥିଲେ ତାଙ୍କ ସମୟରେ ଟିଭିରେ ଦେଉଥିବା ସିରିଏଲ କଲ୍ୟାଣିରୁ ସେ ପ୍ରଭାବିତ ହୋଇଥିଲେ । ସେ କିପରି ନିଜ ଜୀବନରେ ସଫଳତା ଶିଖରରେ ପହଞ୍ଚିଲେ ଆଉ ବର୍ତ୍ତମାନ ଜଣେ ଆଇପିଏସ ଅଫିସର ହୋଇ ଦେଖାଇ ପାରିଛନ୍ତି । ସେହିପରି ପଲି ପଟ୍ଟନାୟକ କହିଥିଲେ ମହିଳା ପାଇଁ ତାର ରିଲେସନସିପ ବଜାୟ ରଖିବା ଏକ ବଡ ଚ୍ୟାଲେଞ୍ଜ ହୋଇଥାଏ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ