ETV Bharat / city

ଚିନ୍ତା ବଢାଇଲାଣି କୋରୋନା ସଂକ୍ରମଣ; ଆଜି ନବ ଦାସଙ୍କ ସହ କଥା ହେବେ ହର୍ଷବର୍ଦ୍ଧନ - Harsh Vardhan review the covid situation today

ଦେଶରେ କୋରୋନା ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ବୈଠକରେ ସାମିଲ ହେବେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଅଧିକ ପଢନ୍ତୁ...

ଆଜି ନବ ଦାସଙ୍କ ସହ କଥା ହେବେ ହର୍ଷବର୍ଦ୍ଧନ
ଆଜି ନବ ଦାସଙ୍କ ସହ କଥା ହେବେ ହର୍ଷବର୍ଦ୍ଧନ
author img

By

Published : Apr 6, 2021, 7:49 AM IST

ଭୁବନେଶ୍ବର: ଦେଶରେ ବିଗୁଡିଛି କୋଭିଡ ସ୍ଥିତି । ପୂର୍ବବସ୍ଥାକୁ ଫେରିବା ପୂର୍ବରୁ ନେବାକୁ ପଡିବ ବଳିଷ୍ଠ ପଦକ୍ଷେପ । ଏନେଇ ଆଜି 11 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଥା ହେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ । ସନ୍ଧ୍ୟା 6ଟା 30 ମିନିଟ ସମୟରେ ଭିସି ଜରିଆରେ ହେବ ବୈଠକ । ଏହି ବୈଠକରେ ସାମିଲ ହେବେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ।

ଦେଶରେ ପୁଣି ଲକ୍ଷେ ପାର କରିଛି କୋରୋନା ସଂକ୍ରମଣ ମାମଲା । ମହାରାଷ୍ଟ୍ର, ଛତିଶଗଡ, ମଧ୍ୟପ୍ରଦେଶ, ଗୁଜୁରାଟ ଭଳି ରାଜ୍ୟରେ ପରିସ୍ଥିତି ଅଣାୟତ୍ତ ହୋଇଛି । ଓଡିଶାରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବା ଆରମ୍ଭ କରିଛି । ଏନେଇ ରାଜ୍ୟର କୋରୋନା ସ୍ଥିତି ଓ ନିଆଯାଇଥିବା ପଦକ୍ଷେପ ଉପରେ ସମୀକ୍ଷା କରିବେ ହର୍ଷବର୍ଦ୍ଧନ । ଏହାସହ କେନ୍ଦ୍ର-ରାଜ୍ୟ ମଧ୍ୟରେ ଟିକାକୁ ନେଇ ଚାଲିଥିବା ଟଣାଓଟରା ନେଇ ବୈଠକରେ ଆଲୋଚନା ହୋଇପାରେ । ଏତଦବ୍ୟତୀତ ବିଶେଷ ଫୋକସରେ ରହିବ ସଂକ୍ରମଣ ବଢୁଥିବା 11 ରାଜ୍ୟ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.