ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ଗୌତମ ନଗରରେ ଥିବା ଏକ ଅଫିସ ଭିତରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ସେ ନେଇ ବରଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି।
ମୃତ ବ୍ୟକ୍ତିଙ୍କ ନାମ ଶକ୍ତିମୟ ଭୂୟାଁ । ବରଗଡ଼ ଗ୍ରାମରେ ଘର କରି ବହୁଦିନ ହେଲା ରହିଆସୁଥିଲେ । ତାଙ୍କର ଏକ କମ୍ପାନୀ ମଧ୍ୟ ରହିଛି । କମ୍ପାନୀରେ ପାଖପାଖି ୨୦ରୁ ଊର୍ଦ୍ଧ୍ବ କର୍ମଚାରୀ କାମ କରନ୍ତି । ଗତକାଲି ରାତିରେ କୌଣସି କାମରେ କମ୍ପାନୀକୁ ଯାଇଥିଲେ । ହେଲେ ମଧ୍ୟାହ୍ନରେ ଏକ ରୁମ୍ରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ବୁଧବାର ରାତି ୨ ଟା ସମୟରେ ତାଙ୍କର ଜଣେ ସାଙ୍ଗ ସହ କଥା ହୋଇଥିଲେ । ଏହାପରେ ଫୋନ ବନ୍ଦ ରହିଥିଲା । ତେବେ ଏନେଇ ପରିବାର ଲୋକେ ଏନେଇ ହତ୍ୟା ସନ୍ଦେହ କରିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ