ଭୁବନେଶ୍ବର: ଭିନ୍ନକ୍ଷମ କଲ୍ୟାଣ ମହାସଙ୍ଘରେ ଲେଡି ଇନଷ୍ଟ୍ରକ୍ଟର ମଧୁମଞ୍ଜରୀ ଧଳକୁ ଗିରଫ କରିଛି କମିସନରେଟ ପୋଲିସ । ଗତକାଲି ଏୟାରପୋର୍ଟ ଥାନାରେ ଆଉ ଜଣେ ଭିନ୍ନକ୍ଷମଙ୍କ ଅଭିଯୋଗ ପରେ ଯୌନ କେଳେଙ୍କାରୀ ପଛରେ ମାଷ୍ଟରମାଇଣ୍ଡ ସୁରେଶ ବେହେରାର ସହଯୋଗୀକୁ ଗିରଫ କରିଛି ପୋଲିସ । ଯାହାର ଘର ବ୍ରଜନଗର ପାଣିକୋଇଲି ଯାଜପୁର ବୋଲି ଜଣାପଡିଛି । ଆଇପିସିର ଧାରା ୨୯୪, ୩୪୧, ୫୦୬ ଆଦି ମାମଲାରେ ଗିରଫ କରିଛି ପୋଲିସ ।
ଭିନ୍ନକ୍ଷମ ମହିଳା ଓ ଯୁବତୀଙ୍କୁ ଯୌନ ଶୋଷଣ କରିବାରେ ଏହି ଅଭିଯୁକ୍ତ କରୁଥିଲା ସହଯୋଗ । ଯୌନଶୋଷଣ କରୁଥିବା ସଙ୍ଘର ମୁଖ୍ୟ ସୁରେଶ ବେହେରାକୁ ଶାରିରୀକ ସୁଖ ମେଣ୍ଟାଇବାକୁ ଏହି ଅଭିଯୁକ୍ତ ଦେଉଥିଲା ଚାପ । ମାନସିକ ଓ ଶାରିରୀକ ଚାପ ପକାଇ ଏଭଳି ଘୃଣ୍ୟ କାମ କରୁଥିଲା ସେ । ସହଯୋଗୀକୁ ଗିରଫ ପରେ ଏୟାରପୋର୍ଟ ଥାନା ମୁଖ୍ୟ ଅଭିଯୁକ୍ତ ସୁରେଶକୁ କେବେ ଗିରଫ କରୁଛି ତାହା ଦେଖିବାକୁ ବାକି ରହିଲା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ