ETV Bharat / city

ବଢିଲା ପାରଦ, ଉତ୍ତର ଓଡିଶାରରେ କୁଆପଥର ବର୍ଷା ସମ୍ଭାବନା

author img

By

Published : Feb 2, 2022, 5:42 PM IST

ଆସନ୍ତାକାଲି(ଗୁରୁବାର) ଠାରୁ କୁଆପଥାର ବର୍ଷା ନେଇ ଆଭ୍ୟନ୍ତରୀଣ ଉତ୍ତର ଓଡିଶାର କେତେକ ଜିଲ୍ଲାକୁ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ବଢ଼ିଲା ପାରଦ, ଉତ୍ତର ଓଡିଶାରରେ କୁଆପଥର ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତାକାଲି(ଗୁରୁବାର) ଠାରୁ ରାଜ୍ୟରେ ବର୍ଷା ସମ୍ଭାବନା । କୁଆପଥାର ବର୍ଷା ନେଇ ଆଭ୍ୟନ୍ତରୀଣ ଉତ୍ତର ଓଡିଶାର କେତେକ ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପଶ୍ଚିମା ଝଡ ଆଗମନରେ ବର୍ଷା ହେବାର ଆଶଙ୍କା ରହିଛି ବୋଲି ପୂର୍ବାନୁମାନ କରାଯାଇଛି ।

ଆଞ୍ଚଳିକ ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ଶୀତ ପ୍ରକୋପ କମିବା ପରେ ତାପମାତ୍ରା ଉପର ମୁହାଁ ହୋଇଛି । ଫଳରେ ଆଗାମୀ ୩ ରୁ ୪ ଦିନ ମଧ୍ୟରେ ରାତି ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହାସହ ପଶ୍ଚିମା ଝଡ ଆଗମନର ଆଶଙ୍କା ଏବଂ ବଙ୍ଗୋପସାଗର ଅଞ୍ଚଳରୁ ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପ ପ୍ରଭାବରେ ଗୁରୁବାର ଠାରୁ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ:- ପୁଣି ବର୍ଷା ସମ୍ଭାବନା, ସତର୍କତା ଜାରି

୪ ତାରିଖରେ ବର୍ଷାର ପରିମାଣରେ ବଢିବା ସହ କୁଆପଥର ବୃଷ୍ଟି ନେଇ ଆଭ୍ୟନ୍ତରୀଣ-ଉତ୍ତର ଓଡିଶାର ଜିଲ୍ଲାଗୁଡିକୁ ସତର୍କ ସୂଚନା ଜାରି ହୋଇଛି । ତେବେ ଆସନ୍ତାକାଲି ୬ ଜିଲ୍ଲା ବରଗଡ଼, ଝାଡ଼ସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡଘଡି ସହ ବୃଷ୍ଟିପାତର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରିକରିଛି ପାଣିପାଗ ବିଭାଗ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.