ETV Bharat / city

୨ ମାସ ପରେ ରାଜ୍ୟରେ କଟକଣା ସହ ଖୋଲିଲା GYM

author img

By

Published : Jul 16, 2021, 6:59 PM IST

ମହାମାରୀ ପାଇଁ ଦୀର୍ଘ ଦିନ ଧରି ବନ୍ଦ ଥିବା ଜିମଗୁଡିକ ଆଜି(ଶୁକ୍ରବାର) କୋଭିଡ କଟକଣା ସହିତ ଖୋଲିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ରାଜ୍ୟରେ କଟକଣା ସହ ଖୋଲିଲା Gym
ରାଜ୍ୟରେ କଟକଣା ସହ ଖୋଲିଲା Gym

ଭୁବନେଶ୍ବର: ଆଜି(ଶୁକ୍ରବାର) ରାଜ୍ୟରେ କୋଭିଡ କଟକଣା ସହିତ ଖୋଲିଲା ଜିମ । ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ଜିମ ଖୋଲିବାକୁ ଅନୁମତି ମିଳିଛି । ଜିମ ସଂଘ ପକ୍ଷରୁ ଦୀର୍ଘ ଦିନର ଆନ୍ଦୋଳନ ଓ ପ୍ରତିବାଦ ପରେ ସରକାର ଜିମ ଖୋଲିବାକୁ ଅନୁମତି ଦେଇଥିଲେ ।

ରାଜ୍ୟରେ କଟକଣା ସହ ଖୋଲିଲା Gym

ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଓଡିଶା ଜିମ ଓନର ଆସୋସିଏସନ । ଜିମ୍ ପାଇଁ ଯେଉଁମାନେ ଆସିବେ ସେମାନଙ୍କ ପାଇଁ ସରକାର ଓ ସଂଘ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ କରାଯାଇଛି । ଏହି ଗାଇଡଲାଇନକୁ ଜିମ୍ ଭିତରେ କଡାକଡି ଭାବରେ ପାଳନ କରାଯିବ । ଆଜି ଜିମ ଖୋଲିବା ପରେ ପ୍ରଥମେ ଏହାକୁ ସାନିଟାଇଜ କରାଯାଇଛି ।

ଏହାସହିତ ସମସ୍ତ ଷ୍ଟାଫ, ଟ୍ରେନରଙ୍କୁ ଟୀକାକରଣ କରାଯିବା ବାଧ୍ୟତାମୂଳକ କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଜିମ୍ ଏବଂ ଫିଟନେସ୍ ସେଣ୍ଟରରେ ଆସୁଥିବା ସଦସ୍ୟଙ୍କ ପ୍ରବେଶ ଦ୍ୱାରରେ ସାନିଟାଇଜର, IR ଥର୍ମୋମିଟର ଏବଂ ପଲ୍ସ ଅକ୍ସିମିଟର ରଖାଯିବା ବାଧ୍ୟତାମୂଳକ କରାଯାଇଛି ବୋଲି ରାଜଧାନୀର ଜଣେ ଜିମ ମାଲିକ କହିଛନ୍ତି । ଜିମରେ କମ ସଂଖ୍ୟକ କର୍ମଚାରୀ ସହ ସ୍ଲଟ ହିସାବରେ କମ ସଂଖ୍ୟକ ଗ୍ରାହକଙ୍କୁ ନେଇ ଜିମ ଚାଲିବ ବୋଲି କହିଛନ୍ତି ଜିମ ମାଲିକ ବିଶ୍ୱଜିତ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.